ମୁମ୍ବାଇ: ପୁଣି ଅନଶନରେ ବସିଲେ ସମାଜସେବୀ ଆନ୍ନା ହଜାରେ । ଆଜି(ବୁଧବାର) ସକାଳୁ ମହାରାଷ୍ଟ୍ରର ଅହମେଦନଗର ଅନ୍ତର୍ଗତ ପୈତୃକ ଗାଁ ରାଲେଙ୍ଗା ସିଦ୍ଧିଠାରେ ସମାଜସେବୀ ଆନ୍ନା ହାଜାରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନରେ ବସିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ଲୋକପାଳ ଗଠନ ଦାବିରେ ପୁଣି ଥରେ ଅନଶନରେ ବସିଛନ୍ତି ଆନ୍ନା ହଜାରେ । ୮୧ ବର୍ଷିୟ ସମାଜସେବୀ ଆନ୍ନା ହଜାରେ ଦୁର୍ନୀତି ନିରୋଧୀ ବିଲ ଆଣିବାକୁ ଦାବି କରିଛନ୍ତି ।
୨୦୧୩ରେ ସଂସଦରେ ଲୋକପାଳ ବିଲ୍ ପାସ୍ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଠନ ହୋଇନି । ତେଣୁ ଲାେଗପାଳ ବିଲ୍ ଗଠନ ଦାବିରେ ଆନ୍ଦୋଳନରେ ବସିଛନ୍ତି ଆନ୍ନା ହଜାରେ । ତେବେ ଏଥର ଏହି ଧର୍ମଘଟରେ କୌଣସି ରାଜନୈତିକ ନେତୃବୃନ୍ଦଙ୍କ ଯୋଗଦାନ ଚାହାନ୍ତି ନାହିଁ ବୋଲି ଆନ୍ନା କହିଛନ୍ତି ।
ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।
ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଖାଇବାକୁ ମିଳୁନି, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତି ଅଭିଯୋଗ କରି ଜଣାଇବାକୁ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ଗଲେ ୧୪ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ବଡରାଇସିଙ୍ଗ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର 14 ଜଣ ପିଲା ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହାର ପ୍ରତିବାଦରେ ଆଜି ରାତି 4ଟାରୁ ଦୀର୍ଘ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି ପିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ରାତି ତମାମ ଛାତ୍ରମାନେ ହଷ୍ଟେଲ ଛାଡ଼ି ରାସ୍ତାରେ ଯାଇଥିଲେ। ବାଘ ଭୟ ଭିତରେ ରାତି ତମାମ ଜଙ୍ଗଲରେ ଚାଲିଥିଲେ ୧୪ଜଣ ଛାତ୍ର। ହଷ୍ଟେଲ ଛାଡ଼ି ୨୫ କିଲୋମିଟର ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ରମାନେ।
ଉକ୍ତ ହଷ୍ଟେଲରେ 100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡ଼ି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ଆମେ ଆମ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର