ଜାମନଗର: ପଟିଦାର ନେତା ତଥା ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ହାର୍ଦିକ ପଟେଲଙ୍କ ପାଇଁ ହୋଲି ରଙ୍ଗ ଫିକା ପଡିଯାଇଛି । କାରଣ ହେଲା ଜାମନଗରରେ ଗୋଟିଏ ହୋଲି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ହାର୍ଦ୍ଦିକ ପଟେଲଙ୍କୁ ହୁଟିଂର ସମ୍ମୁଖୀନ ହେବାକୁ ପଡିଥିଲା । ହୋଲି ସେଲିବ୍ରେସନରେ ସାମିଲ ଥିବା ଲୋକ ହାର୍ଦ୍ଦିକଙ୍କୁ ମୋଦି ମୋଦି ନାରା ଦେଇ ସ୍ୱାଗତ କରିଥିଲେ । ହାର୍ଦ୍ଦିକ କିଛି ସମୟ ପର୍ଯ୍ୟନ୍ତ ମାଇକ୍ ଧରି ନିଜ କଥା କହିବାକୁ ଚେଷ୍ଟା କରିଥିଲ କିନ୍ତୁ ଲୋକ କିଛି ମଧ୍ୟ ଶୁଣିନଥିଲେ । ଶେଷରେ ହାର୍ଦ୍ଦିକ ନିରାଶ ହୋଇ ସେଠାରୁ ଚାଲି ଯାଇଥିଲେ ।
କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ମଧ୍ୟ କହିଲେ ମୋଦି ମୋଦି
ହାର୍ଦ୍ଦିକଙ୍କ ହୋଲି ସଭାରେ କ୍ରିକେଟର ହାର୍ଦ୍ଦିକ ପଟେଲଙ୍କ ପତ୍ନୀ ରିବାବ ମଧ୍ୟ ସାମିଲ ହୋଇଥିଲେ । ନିକଟରେ ରିବାବ୍ ବିଜେପିରେ ସାମିଲ ହୋଇଛନ୍ତି । ଲୋକ ତାଙ୍କୁ ସ୍ୱାଗତ କରି ମୋଦି ମୋଦି ନାରା ଦେଇଥିଲେ । ଉତ୍ତରରେ ରିବାବ ମଧ୍ୟ ମୋଦି ମୋଦି ନାରା ଦେଇଥିଲେ ।
ନାକ କଟିଗଲା
ତେବେ କାର୍ଯ୍ୟକ୍ରମର ଆୟୋଜକ ଏଭଳି ହୁଟିଂକୁ ନାପସନ୍ଦ କରିଛନ୍ତି । ଏମିତି କରିବା ଠିକ୍ ନଥିଲା,ଏହା ସୌରାଷ୍ଟ୍ରର ସଂସ୍କୃତି ନୁହେଁ ଏବଂ ଯେଉଁମାନେ ଏଭଳି କରିଛନ୍ତି ସେମାନେ ସୌରାଷ୍ଟ୍ରର ନାକ କାଟିଛନ୍ତି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି
