ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ଅନେକ ଦୃଷ୍ଟିରୁ ଐତିହାସିକ ନିର୍ବାଚନ ବୋଲି କହିପାରିବା । ଏହି ନିର୍ବାଚନରେ ନେହେରୁ-ଗାନ୍ଧି ପରିବାରର ସବୁଠାରୁ ନୂଆ ସଦସ୍ୟ ପ୍ରିୟଙ୍କା ଗାନ୍ଧି ଭଦ୍ରା ହୁକମ୍ କା ଇକ୍କା ଭାବେ ରାଜନୀତିରେ ଏଣ୍ଟ୍ରି କଲେ । ତେବେ ପ୍ରିୟଙ୍କାଙ୍କ ଆକସ୍ମିକ ରାଜନୀତିରେ ଏଣ୍ଟ୍ରି କଂଗ୍ରେସ କିନ୍ତୁ କୌଣସି ଲାଭ ଦେଇପାରିଲା ନାହିଁ ।
ସୂଚନା ଯେ, ନିର୍ବାଚନର ଠିକ୍ 3 ମାସ ପୂର୍ବରୁ ପ୍ରିୟଙ୍କା କଂଗ୍ରେସର ପ୍ରଚାର ପ୍ରସାର ଦାୟିତ୍ୱ ନେଇଥିଲେ । ଯାହାର କିଛି ଆଖିଦୃଷିଆ ପ୍ରଭାବ ପଡିଲା ନାହିଁ । ଏହି ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ପ୍ରିୟଙ୍କା ଗାନ୍ଧି 38ଟି ନିର୍ବାଚନୀ ରାଲି କରିଥିଲେ । ଏଥିରୁ 26ଟି ରାଲି କେବଳ ଉତ୍ତରପ୍ରଦେଶରେ, ବାକି ରାଲି ମଧ୍ୟ ପ୍ରଦେଶ, ଦିଲ୍ଲୀ, ଝାରଖଣ୍ଡ ଓ ହରିୟାଣାରେ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପ୍ରସାର କରିଥିଲେ ପ୍ରିୟଙ୍କା । ଭେଟେରାନ୍ ନେତ୍ରୀ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ତଥା ରିପ୍ଲିକା ଭାବେ ମଇଦାନକୁ ଓହ୍ଲାଇ ପ୍ରିୟଙ୍କା ମୋଦି ହଟାଓ ଅଭିଯାନ ଆରମ୍ଭ କରିଥିଲେ ହେଁ କୌଣସି ଫଳ ମିଳିଲା ନାହିଁ । ପ୍ରିୟଙ୍କା ଯେଉଁ ଯେଉଁ ଆସନ ପାଇଁ ନିର୍ବାଚନୀ ପ୍ରଚାର ଦାୟିତ୍ୱ ନେଇଥିଲେ, ସେଗୁଡିକ ମଧ୍ୟରୁ ପ୍ରାୟ 97 ପ୍ରତିଶତ ସ୍ଥାନରେ କଂଗ୍ରେସ ପାର୍ଟି ପରାଜିତ ହୋଇଛି ।
ପ୍ରିୟଙ୍କା ଗାନ୍ଧି ପୂର୍ବ ଉତ୍ତରପ୍ରଦେଶର କଂଗ୍ରେସ ପ୍ରଭାରୀ ଭାବେ ଓ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ ପଶ୍ଚିମ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା । ଏହାସହ ଉଭୟଙ୍କୁ ପାର୍ଟିର ମହାସଚିବ ପଦ ମଧ୍ୟ ମିଳିଥିଲା । ଉତ୍ତରପ୍ରଦେଶରେ ତ୍ରିମୂଖୀ ଲଢେଇ ହୋଇଥିଲା । ଗୋଟିଏ ପଟେ ମଜବୁତ୍ ବିଜେପି ଅନ୍ୟପଟେ ସପା-ବସପାର ମହାମେଣ୍ଟ ଥିଲା । ଉଭୟଙ୍କ ଉପସ୍ଥିତିରେ ପ୍ରିୟଙ୍କା ଗାନ୍ଧିଙ୍କ ଏଣ୍ଟ୍ରିକୁ କିଛି ଲୋକ ମାଷ୍ଟରଷ୍ଟ୍ରୋକ୍ ବୋଲି କହିଥିଲେ ତ କିଛି କହିଥିଲେ କଂଗ୍ରେସ ବ୍ୟତିବ୍ୟସ୍ତ ହୋଇ ଏଭଳି ନିଷ୍ପତ୍ତି ନେଇଛି ।
[caption id="attachment_59741" align="alignnone" width="454"]ପ୍ରକାଶ ଥାଉ କି, ଉତ୍ତରପ୍ରଦେଶ ସର୍ବଦା ଭାରତୀୟ ରାଜନୀତିର କେନ୍ଦ୍ର ରହିଆସିଛି । ଏପରିକି ଭାୟା ୟୁପି ଦେଇ ଦିଲ୍ଲୀକୁ ରାସ୍ତା ଯାଏ । ରାଜନୀତି ମଇଦାନରେ ସବୁଠାରୁ ଭିଭିଆଇପି ରାଜ୍ୟ ଉତ୍ତରପ୍ରଦେଶ, ଯେଉଁଠି 543ଟି ଲୋକସଭା ଆସନରୁ 80ଟି ଆସନ ରହିଛି । ପୂର୍ବ ୟୁପିରେ ଲୋକସଭା ଆସନ 41ଟି ରହିଛି । ଏଠାରେ ଅନେକ ଭିଭିଆଇପି ଆସନ ମଧ୍ୟ ରହିଛି । ଯେପରି ଅମେଠୀ, ରାୟବରେଲୀ, ଗୋରଖପୁର ଓ ବାରଣାସୀ ।
ତେବେ ଲୋକସଭା ନିର୍ବାଚନ ଫଳ ସହ ଏହା ମଧ୍ୟ ସ୍ପଷ୍ଟ ହୋଇଗଲା ଯେ, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଯାଦୁ କାମ କଲାନାହିଁ । ବିଜେପି ଏବଂ ଏନଡିଏକୁ ଜବରଦସ୍ତ ବିଜୟ ହାସିଲ ହୋଇଛି । ଏବଂ ମହାମେଣ୍ଟ ମଧ୍ୟ ଫେଲ୍ ମାରିଲା ।
ନୂଆଦିଲ୍ଲୀ : ନୂଆଦିଲ୍ଲୀ ତାଜ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର ସମିଟ୍ 2023 । ଆୟୋଜନ ପାଇଁ ଦିଲ୍ଲୀରେ ଏକ ରୋଡଶୋର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅନେକ ପୁଞ୍ଜିପତି ଯୋଗ ଦେଇଛନ୍ତି। 5 କୋଟିରୁ 500 କୋଟି ର ପୁଞ୍ଜିନିବେଶ ପାଇଁ ଅନେକ ସୁଯୋଗ ଥିବା ଆୟୋଜକ କହିଛନ୍ତି। ଏହି ସମ୍ମିଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଛୋଟ ବଡ଼ ସବୁ କାର୍ଯ୍ୟ ପାଇଁ ଅର୍ଥର ଅଵଶ୍ୟକ ରହିଛି।
ଯେତେବେଳେ ମୁଁ ଦାୟିତ୍ଵ ନେଲି ଉତ୍ତରଖଣ୍ଡର ଖାସ କରି ଦୁର୍ଗମ ଅଞ୍ଚଳ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ସେ ଆହୁରି କହିଛନ୍ତି, ନିଶ୍ଚିତ ଭାବେ ରାଜ୍ୟରେ ସରକାରୀ ଚାକିରୀର ବ୍ୟବସ୍ଥା କମ ରହିଛି। ବର୍ତ୍ତମାନ ଆମେ ଲୋକଙ୍କୁ ରୋଜଗାର ଏବଂ ସ୍ଵରୋଜଗାରରେ କିପରି ଅଧିକ ଅଧିକରୁ ନିୟୋଜିତ କରିବୁ ସେ ଦିଗରେ କାର୍ଯ୍ୟ କରୁଛୁ। ସେହି ଦିଗରେ ଉଦ୍ୟୋଗ ଏକ ପ୍ରମୁଖ ମାଧ୍ୟମ। ସେଥିପାଇଁ ମୁ ସମସ୍ତଙ୍କୁ ଆହ୍ଵାନ କରୁଛି। ଉଦ୍ୟୋଗ ଦ୍ଵାରା ରୋଜଗାର ବୃଦ୍ଧି ହେବ।
ଅଧିକ ପଢନ୍ତୁ ଭାରତ ଖବର
କେନ୍ଦ୍ରାପଡା : କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଆତ୍ମହତ୍ୟା କରୁକରୁ ବଞ୍ଚିଗଲେ ବୃଦ୍ଧା. ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଲୁଣା ନଦୀ ନିକଟରେ. ଏଠାରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରୁ ଉଦ୍ଧାର କରାଯାଇଛି. ସୂଚନା ମୁତାବକ ବୃଦ୍ଧା ଜଣକ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ.
ଅଧିକ ପଢନ୍ତୁ : କାରରୁ ପାଣିକୁ ଡେଇଁପଡିଲେ ମହିଳା
ଦୁଇକିଲୋମିଟର ଭାସିଯିବା ପରେ ମଧ୍ୟ ସେ ବୁଡି ଯାଇନଥିଲେ. ମାହାରା କୂଳରେ ଭାସିଭାସି ଲାଗିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଜୀବନ୍ତ ଅବସ୍ଥା ରେ ଉଦ୍ଧାର ହେଲେ . ହେଲେ ବୃଦ୍ଧାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ. ସ୍ଥାନୀୟ ଲୋକମାନେ ୧୦୮ ଯୋଗେ କେନ୍ଦ୍ରାପଡ଼ା ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛନ୍ତି . ବୃଦ୍ଧା ଜଣଙ୍କ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ଥିଲେ ।
କଟକ: ବିବାହ ପଞ୍ଜିକରଣ ସାଇଟରେ ବିବାହ ପ୍ରସ୍ତାବ ଦେଇ ଠକେଇ। କଟକର ଜଣେ ଯୁବତୀଙ୍କ ସହ ବନ୍ଧୁତା କରି ସୁନା ଠକେଇ। ନିଜକୁ ଜଣେ ଆୟାକର ବିଭାଗ ଅଧିକରୀ ବୋଲି ପରିଚୟ ଦେଇ ଠକେଇ। ଦେଢ଼ ଲକ୍ଷ ଟଙ୍କାର ସୁନା ଠକି ନେଇଥିବା ଅଭିଯୋଗ। ଠକେଇ ଅଭିଯୋଗରେ କଟକର ଜଣେ ଯୁବକ ଗିରଫ।
ଗିରଫ ହେଲେ କଟକର ସୁଧାଂଶୁ ବେହେରା। ସୁଧାଂଶୁକୁ ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ପୋଲିସ । ସୁଧାଂଶୁ ଏକାଧିକ ଯୁବତୀଙ୍କୁ ଏପରି ଠକି ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର