ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜୟପୁର କର୍ମୀ ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ନିଜ ଟ୍ୱିଟରେ ସେ ଓଡିଶା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ ନିଜ ଟ୍ୱିଟରେ କହିଛନ୍ତି ଯେ, କୋରାପୁଟରେ ଏକ ସାଧାରଣ ସଭାରେ ଓଡିଶାବାସୀଙ୍କ ସହ କଥା ହେବା ପାଇଁ ଉତ୍ସାହିତ । ବିଜୁ ଜନତା ଦଳ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । କଂଗ୍ରେସ ମଧ୍ୟ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ହୋଇଛି । ଓଡିଶା ଏକ ଭଲ ସରକାର ପାଇଁ ହକଦାର । କେବଳ ବିଜେପି ହିଁ ଏହାକୁ ପୂରଣ କରିପାରିବ ବୋଲି ମୋଦି କହିଛନ୍ତି ।
ଏହି ଟ୍ୱିଟରୁ ସ୍ପଷ୍ଟ ଯେ ଆଜି ମୋଦୀ ସାଧାରଣ ସଭାରେ ବିଜୁ ଜନତା ଦଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବେ । ସେହିପରି କଂଗ୍ରେସ ଉପରେ ମଧ୍ୟ ବର୍ଷିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ମୋଦୀ ନବୀନଙ୍କୁ କାଠଗଡାକୁ ଟାଣିବେ ବୋଲି କର୍ମୀ ଆଶା କରୁଛନ୍ତି ।ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ । କୋରାପୁଟ ଜିଲ୍ଲାରେ ଏକ ସାଧାରଣ ସଭାରେ ଆପଣମାନଙ୍କ ସହ କଥା ହେବା ପାଇଁ ମୁଁ ଉତ୍ସାହିତ। ବିଜେଡି ରାଜ୍ୟର ସାଧାରଣ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ଓ କଂଗ୍ରେସ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ଓଡ଼ିଶା ଏକ ଭଲ ସରକାର ପାଇଁ ହକଦାର ଓ ବିଜେପି ଏହା ପୂରଣ କରିବ। @BJP4Odisha
— Chowkidar Narendra Modi (@narendramodi) March 29, 2019
