କୋରୋନା କଟକଣାକୁ ନେଇ ବାଲେଶ୍ବର ସୀମାରେ କଡାକଡି ଚେକିଂ ଚାଲିଛି
ଅର୍ଗସ ବ୍ୟୁରୋ: ଦିନକୁ ଦିନ ଦେଶରେ ବମୁଛି କରୋନା ସଂକ୍ରମଣ ମାମଲା । କରୋନାର ଦ୍ୱିତୀୟ ଲହରକୁ ନେଇ ସମସ୍ତେ ଭୟଭୀତ । ଏବେ ପୁଣିଥରେ କରୋନା ତା'ର କରାଳ ରୂପ ଦେଖାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ଏହି ସଂଖ୍ୟା ଗତକାଲି ପ୍ରକାଶିତ ସଂକ୍ରମିତଙ୍କ ସଂଖ୍ୟାର ୧୩ ପ୍ରତିଶଷତ ବୃଦ୍ଧି ହୋଇଥିବା କୁହାଯାଇଛି । ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୬,୭୧,୨୪୨ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।