ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୮୩ ଲକ୍ଷ୭ହଜାର ୮୩୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ମୋଟ୍ ୨କୋଟି ୬୧ଲକ୍ଷ ୭୯ହଜାର ଆକ୍ରାନ୍ତ ।
ନୂଆଦିଲ୍ଲୀ: ଖସୁଛି ଦେଶରେ କରୋନା କାୟା। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୭୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୧ହଜାର ୪୫୬ । ଦେଶରେ କରୋନା ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ଆଜି ବଢ଼ିଛି। ଗତକାଲି ଅପେକ୍ଷା ଆଜି ବଢ଼ିଛି ମୃତ୍ୟୁସଂଖ୍ୟା । ପୁଣି ୩ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଆଉ ୩ହଜାର ୨୦୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ଲକ୍ଷ ୩୫ହଜାର ୧୦୨କୁ ବୃଦ୍ଧି ପାଇଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୮୩ ଲକ୍ଷ୭ହଜାର ୮୩୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ମୋଟ୍ ୨କୋଟି ୬୧ଲକ୍ଷ ୭୯ହଜାର ଆକ୍ରାନ୍ତ ।