ଆଜି ଅଶୋକାଷ୍ଟମୀ
ଅର୍ଗସ ନ୍ୟୁଜ: ଦେଶରେ ବଢୁଛି ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 1 ଲକ୍ଷ 26 ହଜାର 315 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି 684 ଜୀବନ ନେଇଛି ମହାମାରୀ ଭାଇରସ୍ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 29 ଲକ୍ଷ 26 ହଜାର ପାର୍ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 66 ହଜାର 892କୁ ବୃଦ୍ଧି ପାଇଛି ମୋଟ ମୃତ୍ୟୁ ସଂଖ୍ୟା । ତେବେ ମହାରାଷ୍ଟ୍ରରେ ସ୍ଥିତି ସବୁଠୁ ସଙ୍ଗୀନ ରହିଛି ।
ସେପଟେ ଆଜି ଦେଶରେ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ । କୋଭିଡ ସ୍ଥିତି ଓ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ତେବେ ଟିକାକରଣ କିଭଳି ବ୍ୟାପକ କରିହେବ ଓ ଦ୍ରୁତ ଗତିରେ ବଢୁଥିବା କୋରୋନାକୁ କିଭଳି ରୋକି ହେବ, ସେନେଇ ଆଲୋଚନା ହେବ ।
ଏହାପୂର୍ବରୁ ମାର୍ଚ୍ଚ 17 ତାରିଖରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।