ନୂଆଦିଲ୍ଲୀ: ଦେଶରେ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୦୭୮ ନୂତନ କରୋନା ସଂକ୍ରମଣ ରିପୋର୍ଟ ହୋଇଛି । ଏହି ସମୟରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୦୭୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ମୋଟ ସଂକ୍ରମଣ ମାମଲା ୧,୦୩,୦୫,୭୮୮ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୨୨୪ ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଏହା ସହିତ, କରୋନାରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା ୧,୪୯,୨୧୮ କୁ ବୃଦ୍ଧି ପାଇଛି ।
India reports 19,078 new COVID-19 cases, 22,926 recoveries, and 224 deaths in last 24 hours, as per Union Health Ministry
Total cases: 1,03,05,788
Active cases: 2,50,183
Total recoveries: 99,06,387
Death toll: 1,49,218 pic.twitter.com/lynsRgzAkn — ANI (@ANI) January 2, 2021