ଅଧିକ ପଢନ୍ତୁ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୧୬ ଆକ୍ରାନ୍ତ
ବିଶେଷଜ୍ଞଙ୍କ ମତାନୁସାରେ ଦେଶରେ ଏବେ କରୋନାର ନୂଆ ଭାରିଏଣ୍ଟ XBB.୧.୧୬ କାୟା ବିସ୍ତାର କରିବା ସହ ଇନଫ୍ଲୁଏଞ୍ଜା-A ଭାଇରସର ସବ୍ ଟାଇପ H3N2 ମଧ୍ୟ ଘାତକ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଗତବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଶହ ଅତିକ୍ରମ କରିବା ସହ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଏପଟେ ରାଜ୍ୟରେ କରୋନା ସ୍ଥିତି ଜଟିଳ ହୋଇନଥିଲେ ବି ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ମୁକାବିଲା ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ଚଳିତ ସପ୍ତାହରେ ନିର୍ଦ୍ଦେଶ ଜାରି କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ହସପିଟାଲ ଗୁଡ଼ିକରେ ଅତିକମରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରଖାଯାଇଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଭାଇରସ କବଳରୁ ବର୍ତ୍ତିବାକୁ ଜରୁରୀ ସଚେତନତା ଓ ସାବଧାନତା । ଏବେଠାରୁ ଦେଶବାସୀ ସଚେତନ ନହେଲେ ପୁଣି ଦେଶରେ କରୋନା ଲହର ପରି ମହାବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନଜର ରଖିଛି ।