ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତକୁ ୨୫୦ ରନ୍ର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୮ ୱିକେଟ ହରାଇ ୨୪୦ ରନ୍ ହିଁ କରିପାରିଛି । ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟର ଅର୍ଦ୍ଧଶତକ ପୂରା କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗିଡ଼ି ସର୍ବାଧିକ ୩ ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରାୱଡ଼ା ୨ ଓ ତବରେଜ ଶାମସୀ ୧ ଗୋଟିଏ ୱିକେଟ୍ ନେଇଛନ୍ତି।
୨୫୦ ରନ୍ ଟାର୍ଗେଟକୁ ପୂରା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ନା କରିଥିଲା । ଭାରତ ସ୍ଥିତି ଦକ୍ଷିମ ଆଫ୍ରିକା ଠାରୁ ବି ସୋଚନୀୟ ହୋଇପଡ଼ିଥିଲା । ୨.୪ ଓଭରରେ ଦଳର ସ୍କୋର ୮ ହୋଇଥିବା ବେଳେ ପ୍ରଥମେ ଶୁଭମନ ଗିଲଙ୍କ ୱିକେଟ୍ ପଡ଼ିଥିଲା । ଏହାପରେ ଯେମିତି ୱିକେଟ୍ର ଧାଡ଼ି ଲାଗିଯାଇଥିଲା । ଶ୍ରେୟସ ଆୟର ଓ ସଞ୍ଜୁ ସାମସନ କିନ୍ତୁ ଭାରତ ପକ୍ଷରୁ ଲଢ଼ୁଆ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତ ୪୦ ଓଭର ଖେଳି ୮ ୱିକେଟ୍ ବିନିୟମରେ ୨୪୦ ରନ୍ ହିଁ କରିପାରିଥିଲା ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।