ଭାରତ ବିପକ୍ଷରେ ପ୍ରଥମ ଟି-20 ମ୍ୟାଚ୍ ରେ 212 ରନ୍ ଏବଂ ବାରବାଟୀର ଧିମା ପିଚ୍ ରେ 149 ରନ୍ ପିଛା କରି ଦକ୍ଷିଣ ଆଫ୍ରିକା ଜିତିଥିଲା । ଏହାପରେ ବହୁତ କମ୍ ଭାରତୀୟ କ୍ରିକେଟ ପ୍ରେମୀ ଆସା ରଖିଥିଲେ ଯେ ଶୃଙ୍ଖଳାରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି । ପ୍ରମୁଖ ଖେଳାଳୀଙ୍କ ଅନୁପସ୍ଥିତିରେ ଶୃଙ୍ଖଳା ବଞ୍ଚାଇବା ଭାରତ ପାଇଁ କାଠିଗର ପାଠ ଥିଲା । ହେଲେ ପରବର୍ତ୍ତୀ 2ଟି ମ୍ୟାଚ୍ ରେ ଘାଇଲା ବାଘ ଭଳି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ଏବଂ 47 ଓ 82 ରନ୍ ର ବଡ ବ୍ୟବଧାନରେ ପରବର୍ତ୍ତୀ 2 ଟି ମ୍ୟାଚ୍ ଜିତିଥିଲା । ଶୃଙ୍ଖଳା ଏବେ 2-2 ସ୍ଥିତିରେ ରହିଛି । ଆଜି ଖେଳାଯିବ ଅନ୍ତିମ ମ୍ୟାଚ୍ । ଯେଉଁ ଦଳ ଜିତିବ ସେହି ଦଳ ଟ୍ରଫି ହାତେଇବ ।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଆଜି ନିର୍ଣ୍ଣାୟକ ଲଢେଇ

ଅର୍ଗସ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଖେଳାଯିବ । ଟ୍ରଫି ପାଇଁ ହେବ ଘମାଘୋଟ ଲଢେଇ । ପାଞ୍ଚଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବରସ୍ଥିତିରେ ରହିଛନ୍ତି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ଯିଏ ଜିତିବ, ସିଏ ସିରିଜ ବିଜୟୀ ହେବ । ତେଣୁ ଏହି ଶେଷ ମ୍ୟାଚ ଉଭୟ ଘରୋଇ ଏବଂ ଭ୍ରମଣକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
