ପଲିଆଣ୍ଡ୍ରୀ ବା ଯୋଡିଦାର ପ୍ରଥା. ଯାହାକୁ ଭାରତରେ ଦ୍ରୌପଦି ପ୍ରଥା ମଧ୍ୟ କୁହାଯାଏ. ପୁରାଣ ଯୁଗରେ ପଞ୍ଚୁପାଣ୍ଡବଙ୍କ ସମୟରୁ ହିଁ ରହି ଆସିଛି ଏପରି ପ୍ରଥା. ପଞ୍ଚୁ ପାଣ୍ଡବ କେବଳ ଦ୍ରୌପଦିଙ୍କୁ ହିଁ ବିବାହ କରିଥିଲେ. ଏହି ପ୍ରଥା ଏବେ ମଧ୍ୟ ଭାରତ ତଥା ଭାରତ ବାହାର କେତେକ ଦେଶରେ ରହି ଆସିଛି. କିଛି ସମ୍ପ୍ରଦାୟର ଜନଜାତି ଏହି ପରମ୍ପରାକୁ ମାନୁଛନ୍ତି.
ତେବେ ପ୍ରଶ୍ନ ଉଠେ, ସତରେ କଣ ସେମାନେ ଏଭଳି ପରମ୍ପରାରେ ଖୁସି ଅଛନ୍ତି ?
ଏଭଳି ପରମ୍ପରା ପଛର କଣ ରହିଛି କାରଣ ?
ଏବେକାର ପିଢି ଏପରି ପରମ୍ପରାକୁ ପ୍ରଶୟ ଦେଉଛନ୍ତି କି?
ତେବେ ଆସନ୍ତୁ ଜାଣିବା ଏହି ଯୋଡିଦାର ପ୍ରଥା ଉପରେ ଆମର ସ୍ପେଶାଲ ରିପୋର୍ଟ
ହିମାଚଳ ପ୍ରଦେଶର ସିରମୋର ଜିଲ୍ଲାର ଶିଲାଇ ତହସିଲରେ ରହିଛି ଏକ ଗାଁ. ଯେଉଁ ଗାଁରେ ରହିଛନ୍ତି ହାଟ୍ଟି ଆଦିବାସୀ ଜନଜାତି. ଏହି ଗାଁରେ ରହିଛି ଯୋଡିଦାର ପ୍ରଥା ବା ଦ୍ରୌପଦି ପ୍ରଥା. ଗାଁରେ ଗୋଟିଏ ମହିଳା ୨ ରୁ ଅଧିକ ପୁରୁଷଙ୍କୁ ବିବାହ କରିଛନ୍ତି . ଗୋଟିଏ ପରିବାରରେ ଥିବା ଦୁଇ ରୁ ତିନି ଭାଇ ଗୋଟେ ମହିଳାକୁ ହିଁ ବିବାହ କରିଛନ୍ତି
ଏହି ପରମ୍ପରାକୁ ନେଇ ତାଙ୍କ ମଧ୍ୟରେ କୌଣସି ଅସନ୍ତୋଷ ଦେଖିବାକୁ ମିଳେନି. କିଛି ମହିଳାଙ୍କ ମତରେ ସେମାନେ ଏପରି ବିବାହରେ ଖୁବ ସୁଖୀ ଏବଂ ଖୁସି ଅଛନ୍ତି. ଜଣେ ପରିବାର କଥା ବୁଝିଲେ ଆଉ ଜଣେ ବାହାର କ୍ଷେତକଥା ବୁଝନ୍ତି.
ଏଭଳି ପରମ୍ପରା ପଛର କଣ ରହିଛି କାରଣ ?
ସେମାନଙ୍କ ମତ ଅନୁଯାୟୀ ଯୋଡିଦାରୀ ବିବାହ ଦ୍ବାରା ପରିବାରର ବଂଶବୃଦ୍ଧି କମିଥାଏ. ତା ସହ ଜମିଜମା ପାଇଁ ଭାଇମାନଙ୍କ ଭିତରେ ଝଗଡା ହୋଇ ନଥାଏ. ଗୋଟିଏ ପରିବାରରେ ସେମାନେ ଖୁସିରେ ଚଳିଥାନ୍ତି. ଏବଂ ଏହି ପାହାଡିଆ ଅଞ୍ଚଳରେ ପୁରୁଷମାନଙ୍କର ଜଲ୍ଦି ମୃତ୍ୟୁ ହୋଇଯାଇଥାଏ. ସେଥିପାଇଁ ମହିଳାମାନଙ୍କୁ ବିଧବା ନକରିବା ପାଇଁ ଏପରି ବିବାହ କରାଯାଇଥାଏ.
ଉତ୍ତରାଖଣ୍ଡର ଜୋନସାରୀ ଜନଜାତିରେ ମଧ୍ୟ ଏପରି ପ୍ରଥା ରହିଛି. ସେଠାରେ ପରିବାରରେ ଏକାଧିକ ଭାଇଙ୍କ ମଧ୍ୟରୁ ଜଣେ ଭାଇ ଯଦି ଉକ୍ତ ମହିଳାଙ୍କ ସହ ଏକ କୋଠରୀରେ ନିର୍ଦ୍ଦିଷ୍ଟ ସମୟ ବିତାଉଥାଏ, ତେବେ ଅନ୍ୟ ଭାଇମାନେ ଏହାକୁ ସମ୍ମାନ ଜଣାଇ ସେହି ରୁମକୁ ପ୍ରବେଶ କରିନଥାନ୍ତି.
ସେହିପରି ତାମିଲନାଡୁର ଟୋଡା ସଂପ୍ରଦାୟ, ତ୍ରାଭାନକୋରର ନାୟାର, ନେପାଲର ଲାମା, ଡେରାଡୁନର ଖାସି, ତିବ୍ବତ ଆଦି ଜନଜାତିରେ ଏହି ବିବାହ ପ୍ରଥା ରହିଛି.
ଏବେକାର ପିଢି ଏପରି ପରମ୍ପରାକୁ ପ୍ରଶୟ ଦେଉଛନ୍ତି କି?
ସେଠାକାର ବର୍ତ୍ତମାନର ଯୁବପିଢି ମଧ୍ୟ ଏପରି ପରମ୍ପରାକୁ ପ୍ରଶୟ ଦେଉଛନ୍ତି. ଯଦିଓ ଏବେ କିଛି ପରିମାଣରେ ଏହି ବିବାହ କମିଛି, କିନ୍ତୁ ସମ୍ପୁର୍ଣ୍ଣ ପରିମାଣରେ ଲୋପ ପାଇଛି କହିଲେ ଭୁଲ ହେବ. ଏହି ପରମ୍ପରା ତାଙ୍କ ପୁର୍ବପିଢିରୁ ରହି ଆସିଛି, ଏବଂ ସେମାନେ ମଧ୍ୟ ଏହାକୁ ମାନିବା ଉଚିତ ବୋଲି ସେମାନେ କହିଛନ୍ତି .
ଅର୍ଗସ ବ୍ୟୁରୋ : ଅନୁଭବଙ୍କ ଡିଭୋର୍ସ ପାର୍ଟି ପ୍ଲାନିଂକୁ ଝଟକା । ୩ ବର୍ଷର ଆଇନଗତ ଲଢେଇ, ବିଜେଡି ସାଂସଦଙ୍କ ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ, ବିଭିନ୍ନ ସଭାରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଆକ୍ଷେପ ଆଉ ଶେଷରେ ବିଜେଡି ସାଂସଦଙ୍କୁ ଲାଗିଛି କୋର୍ଟଙ୍କ ବଡ଼ ଝଟକା । କଟକ ପରିବାର ଅଦାଲତ ଅନୁଭବଙ୍କ ଡିଭୋର୍ସ ପିଟିସନକୁ ଖାରଜ କରିଛନ୍ତି । ଏଥିସହିତ ବର୍ଷାଙ୍କ ସେକସନ୍ ୯ ପିଟିସନ୍ ବି ଖାରଜ ହୋଇଛି ।
ଅଧିକ ପଢନ୍ତୁ : କଟକ ପରିବାର ଅଦାଲତରେ ଶେଷ ହେଲା ମାମଲା
୨୦୨୦ରେ କୋଭିଡ୍ ସମୟରେ ଚର୍ଚ୍ଚାକୁ ଆସିଥିଲେ ସେଲିବ୍ରିଟି କପଲ୍ । ଦିଲ୍ଲୀର କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିଲେ ଡିଭୋର୍ସ ପିଟିସନ୍ । ମାମଲାକୁ ଦିଲ୍ଲୀକୁ କଟକ ଟ୍ରାନସଫର ପାଇଁ ଆବେଦନ କରିଥିଲେ ବର୍ଷା । ସୁପ୍ରିମକୋର୍ଟଙ୍କ ରାୟ ଯାଇଥିଲା ବର୍ଷାଙ୍କ ସପକ୍ଷରେ । ଅନୁଭବ ବିଭିନ୍ନ ସମୟରେ ବର୍ଷାଙ୍କୁ ନିର୍ଯାତନା ଦେଉଥିବା ହୋଇଥିଲା ଅଭିଯୋଗ ।
ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ୪୯୮ଏ, ୫୦୬, ୩୪୧ ରେ ମାମଲା ବି ରୁଜ୍ଜୁ ହୋଇଥିଲା । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାଭିତରେ ବିଭିନ୍ନ ସମୟରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରୋଲ୍ ହୋଇଥିଲେ । ତେବେ ଅନୁଭବ ଜାଣିଥିଲେ କି କୋର୍ଟରେ ହାରିବେ, ତାଙ୍କ ଅଭିଯୋଗର ନାହିଁ ସତ୍ୟତା, ସେଥିପାଇଁ ବିଜେଡି ସାଂସଦ କରୁଥିଲେ କି ମିଛ ନାଟକ, କାରଣ ବର୍ଷା କେବେ ବି ଅନୁଭବଙ୍କୁ ନେଇ ମିଡିଆରେ କି ସୋସିଆଲ ମିଡିଆରେ କିଛି କହିନଥିଲେ ।
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନ ନେଇ ଆଜି ଦିଲ୍ଲୀରେ ବସିବ ବୈଠକ । ଏକକ ନିର୍ବାଚନ ନେଇ ଦେଶର ବର୍ତ୍ତମାନର ଆଇନକୁ ତର୍ଜମା କରିବା ସହ ବିଭିନ୍ନ ଦିଗ ଉପରେ ହେବ ଆଲୋଚନା । ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗରେ ବିଚାରବିମର୍ଶ ପାଇଁ ଏକ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ଆଜି ଏହି କମିଟିର ପ୍ରଥମ ବୈଠକ ।
ଅଧିକ ପଢନ୍ତୁ ଭାରତ ଖବର
ଏକସଙ୍ଗେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଏହି ବୈଠକରେ ଆଲୋଚନା କରାଯିବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଏହି କମିଟି ଏକକ ନିର୍ବାଚନ ଉପରେ ବିଶ୍ଳେଷଣ କରିବା ସହ ସରକାରଙ୍କୁ ପରାମର୍ଶ ଦେବ ।
ଅର୍ଗସ ବ୍ୟୁରୋ : ଆଜି ପବିତ୍ର ରାଧାଷ୍ଟମୀ । ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ନଗର ପରିକ୍ରମା ସହ ଚାରିଆଶ୍ରମ ବିଜେ କରିବେ ଚକ୍ରରାଜ ସୁଦର୍ଶନ । ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରିବ । ଏହାପରେ ପନ୍ତି ଭୋଗ ଖାଇ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ବର ମହାଦେବ ମନ୍ଦିରକୁ ବିଜେ କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ବରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପର୍ଣ୍ନ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ତେବେ ଗତକାଲି ରାତିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥିଲା କେକେସି ରାକ୍ଷସ ବଧ ନୀତି ।