ଲକ୍ଷ୍ନୌ: ୟୁପି ପୋଲିସର ଏଟିଏସ୍ ଦେବବନ୍ଧରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଜୈଶ-ଏ-ମହମ୍ମଦ ସହ ଏମାନଙ୍କ ସମ୍ବନ୍ଧ ଥିବା କୁହାଯାଉଛି ।
ସେମାନଙ୍କ ମଧ୍ୟରୁ ଶାହନବାଜ ଅହମଦ ତେଲି କାଶ୍ମୀରର କୁଲଗାମର ବାସିନ୍ଦା । ଶାହନବାଜ ଜୈଶର ଜଣେ ସକ୍ରିୟ ସଦସ୍ୟ । ଅନ୍ୟଜଣେ ଆକିବ ମହମ୍ମଦ ମଲିକ ପୁଲୱାମାର ବାସିନ୍ଦା ବୋଲି ଜଣାପଡ଼ିଛି ।
ଦେବବନ୍ଧ ସ୍ଥିତ ଏକ ହଷ୍ଟେଲରେ ନିଜକୁ ଛାତ୍ରର ପରିଚୟ ଦେଇ ଏମାନେ ରହୁଥିଲେ । ୟୁପିର ଡିଜିପି ଓପି ସିଂହ ପ୍ରେସ୍ କନ୍ଫରେନ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶାହନବାଜକୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦରେ ପିଲାଙ୍କୁ ସାମିଲ କରିବାର ଦାୟିତ୍ୱ ଦିଆଯାଇଥିଲା । ସେ ବହୁବାର ୟୁପି ଆସି ସାରିଛି । ଗ୍ରେନେଡ୍ ପ୍ରସ୍ତୁତ କରିବାରେ ଶାହନବାଜ ମାହିର ଥିବା ମଧ୍ୟ ପ୍ରକାଶ କରିଛନ୍ତି ଓପି ସିଂହ ।
UP DGP OP Singh: Of the two Shahnawaz is said to be a grenade expert. We will seek transit remand and investigate when they came here from Kashmir and who is funding them and what was their target. We are in touch with J&K Police https://t.co/I4HzNBmk9b
— ANI UP (@ANINewsUP) February 22, 2019
କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ ନନେଇ ସେମାନେ ହଷ୍ଟେଲରେ ରହୁଥିଲେ । ଏହାସହ ସେମାନଙ୍କ ପାଖରୁ ଜୈଶ ସହ ଜଡିତ ଭିଡିଓ ଏବଂ ଫଟୋ ଜବତ କରାଯାଇଛି । ଏହା ବ୍ୟତୀତ ସେମାନେ ଜିହାଦୀ ସମ୍ବନ୍ଧିତ ଭିଡିଓ ଚାଟ କରୁଥିବା ମଧ୍ୟ ଜଣାପଡ଼ିଛି ବୋଲି ୟୁପି ବୋଲିସ ସୂଚନା ଦେଇଛି ।
ଅର୍ଗସ ବ୍ୟୁରୋ : ଲୋକପ୍ରିୟତାରେ ବିଶ୍ଵର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ନୁହେଁ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ପୁଣି ଥରେ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପୁଣ ଥରେ ବିଶ୍ବରେ ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି । ବିଶ୍ବ ନେତାଙ୍କୁ ପଛରେ ପକାଇ ୭୬ ପ୍ରତିଶତ ରେଟିଂ ପାଇଛନ୍ତି । ମର୍ଣ୍ଣିଂ କନସଲ୍ଟ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଆପ୍ରୁଭାଲ୍ ଲିଡର୍ ସର୍ଭେ ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଆମ ପ୍ରଧାମମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ ୬୬ ପ୍ରତିଶତ ରେଟିଂ ପାଇଛନ୍ତି । ସେହିଭଳି ସୁଇସ୍ ରାଷ୍ଟ୍ରପତି ଆଲେନ୍ ବର୍ସେଟଙ୍କୁ ୫୮ପ୍ରତିଶତ ରେଟିଂ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରତିଶତ ରେଟିଂରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୪୦ ପ୍ରତିଶତ ରେଟିଂ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି । ଯାହା କି ମାର୍ଚ୍ଚ ପରଠାରୁ ତାଙ୍କର ସର୍ବୋଚ୍ଚ ଆପ୍ରୁଭାଲ ରେଟିଂ ।
ଅଧିକ ପଢନ୍ତୁ ଭାରତ ଖବର
‘ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ୨୨ ଜଣ ବିଶ୍ୱସ୍ତରୀୟ ନେତାଙ୍କ ଉପରେ କରାଯାଇଥିବା ସର୍ଭେ ଉପରେ ଆଧାରିତ ହୋଇଛି । ସେପ୍ଟେମ୍ବର ୬ରୁ ୧୨, ୨୦୨୩ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ବିଶ୍ୱ ତାଲିକାରେ ସର୍ବନିମ୍ନ ୧୮% ଡିସଆପ୍ରୁଭାଲ ରେଟିଂ ରହିଛି । ତାଲିକାର ଶ୍ରେଷ୍ଠ ୧୦ ନେତାଙ୍କ ମଧ୍ୟରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସର୍ବାଧିକ ୫୮ ପ୍ରତିଶତ ନାପସନ୍ଦ କରାଯାଇଛି ଏବଂ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ସହ କାନାଡାର କୂଟନୈତିକ ମତଭେଦ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: