ଅଧିକ ପଢନ୍ତୁ : ଆଶାବାଡି ଧରି ସୁଇମିଂ ପୁଲ୍ ଭିତରେ ଚାଲିଲେ ପନ୍ତ
ଦିନିକିଆ ସିରିଜରେ ପ୍ୟାଟ୍ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆର ନେତୃତ୍ବ ନେବେ ସ୍ମିଥ୍ । ମାଆଙ୍କ ଦେହାନ୍ତ କାରଣରୁ ଟେଷ୍ଟ ସିରିଜରୁ ଅଧାରୁ ସ୍ବଦେଶ ଫେରିଯାଇଥିବା କମିନ୍ସ । ସେପଟେ ଡେଭିଡ୍ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ। ଅଷ୍ଟନ୍ ଅଗର ମଧ୍ୟ ପ୍ରତ୍ୟାବର୍ତନ କରିବା ସହ ଆଦାମ ଜାମ୍ପାଙ୍କ ସହ ସ୍ପିନ୍ ଭୂମିକା ସମ୍ଭାଳିବେ । ଦୁଇ ବରିଷ୍ଠ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳାରେ ଦଳକୁ ଫେରିଛନ୍ତି ।
ଅନ୍ୟପଟେ ପ୍ରଥମ ଦିନିକିଆରେ ଖେଳିବେନି ଭାରତର ଅଧିନାୟକ ରୋହିତ ଶର୍ମା । ତାଙ୍କ ବଦଳରେ ନେତୃତ୍ବ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା । ଏହା ପୂର୍ବରୁ ହାର୍ଦ୍ଦିକ ଭାରତୀୟ ଟି-ଟି୨୦ ଦଳର ନେତୃତ୍ଵ ନେଇ ସାରିଛନ୍ତି । ତେବେ ଦ୍ବିତୀୟ ଦିନିକିଆଠୁ ରୋହିତ ଶର୍ମା ଦଳକୁ ଫେରିବା । ପ୍ରଥମ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ୍ ମାର୍ଚ୍ଚ୨୨ରେ ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିଅମରେ ଖେଳାଯିବ ।