ଅଧିକ ପଢନ୍ତୁ ଖେଳ ଖବର
୨୦୨୩ ବିଶ୍ବକପକୁ ଆଉ ମାତ୍ର ୩ ସପ୍ତାହ ବାକି ଥିବାବେଳେ ଘରୋଇ ମାଟିରେ ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ ହେବାକୁ ଯାଉଛି । ନିକଟରେ ଏସିଆ କପ୍ ଟାଇଟଲ ହାତେଇଥିବା ଭାରତୀୟ ଦଳର ମନୋବଳ ଦୃଢ଼ ଥିବାରୁ ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।
ସେହିପରି ୧୫ ଜଣିଆ ସ୍କ୍ୱାଡରେ ଅଶ୍ୱିନ ନଥିଲେ । କିନ୍ତୁ ଏସିଆ କପ ବେଳେ ଅକ୍ଷର ପଟେଲ ଆହତ ହୋଇଥିବାରୁ ପରୀକ୍ଷାମୂଳକ ଭାବେ ଅଶ୍ୱିନଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର କହିଛନ୍ତି । ବିସିସିଆଇ ବିଶ୍ୱକପ ପାଇଁ ପ୍ରାଥମିକ ଭାବେ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ୨୮ ତାରିଖ ସୁଦ୍ଧା ଚୂଡ଼ାନ୍ତ ଖେଳାଳି ତାଲିକା ଦେବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ୨୭ ତାରିଖରେ ଶେଷ ହେବ।