ଅର୍ଗସ ବ୍ୟୁରୋ: ଭାରତ ଟିମ୍ ନ୍ୟୁଜିଲାଣ୍ଡରେ ରଚିଲା ଇତିହାସ । ଭାରତୀୟ ଟିମ୍ 5-0ରେ ନ୍ୟୁଜିଲାଣ୍ଡକୁ କଲା କ୍ଲିନ୍ ସୁଇପ୍ । 5 ଟିକିଆ ମ୍ୟାଚ୍ ଟି-20 ସିରିଜ୍ରେ କ୍ଲିନ୍ ସୁଇପ୍ କରିବାର ପ୍ରଥମ ଟିମ୍ ହୋଇଛି ଇଣ୍ଡିଆ । ବିରାଟଙ୍କ ଅନୁପସ୍ଥିତିରେ ରୋହିତଙ୍କ କ୍ୟାପ୍ଟେନସିପ୍ରେ ଖେଳିଥିବା ଟିମ୍ ଇଣ୍ଡିଆ ଏହି ରୋମାଞ୍ଚକର ମୁକାବିଲାରେ ଦମଦାର ଖେଳ ଦେଖାଇ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଛି ।
ମାଉଣ୍ଟ ମନଗନୁଇରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କ ହାଇଭୋଲଟେଜ୍ ଅର୍ଦ୍ଧଶତକ ଏବଂ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୬୩ ରନ୍ କରିଥିଲା ଟିମ୍ ଇଣ୍ଡିଆ ।
ସେହିପରି ୧୬୪ ରନର ବିଜୟଲକ୍ଷ୍ୟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା କିୱି ଦଳକୁ ଲାଗିଥିଲା ପ୍ରଥମ ଝଟକା । ଭଲ ଫର୍ମରେ ଥିବା ମାର୍ଟିନ୍ ଗୁପ୍ତିଲ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ରସ୍ ଟେଲର ଏବଂ ୱିକେଟ କିପର ଟିମ୍ ସୈଫର୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ ।
ଭୁବନେଶ୍ୱର: କ୍ୟାନ୍ସରରେ ପୀଡ଼ିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ ।
ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ ।
ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...