ମେଲବର୍ଣ୍ଣ: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ 2020ରେ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲରେ ଭାରତୀୟ ଦଳ । ଆଜି ଖେଳାଯାଇଥିବା ଗ୍ରୁପ –ଏ’ ର ଏକ ମ୍ୟାଚ୍ରେ ନ୍ୟୁଜଲାଣ୍ଡକୁ ଭେଟିଥିଳା ଭାରତ । ତେବେ ନ୍ୟୁଜିଲ୍ୟାଣ୍ଡ ମହିଳା ଦଳକୁ ଚାରି ରନ୍ରେ ହରାଇଛି ଭାରତୀୟ ମହିଳା ଦଳ । ଏହି ବିଜୟ ସହ ବିଶ୍ୱକପ୍ର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଟିମ୍ । ପ୍ରଥମେ ବ୍ୟାଟିଙ୍ଗ୍ କରି ଭାରତୀୟ ମହିଳା ଦଳ ନିର୍ଧାରିତ 20 ଓଭରରେ 8 ଓ୍ୱିକେଟ୍ ହରାଇ 133 ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ୍ ଦଳ ନିର୍ଦ୍ଧାରିତ 20 ଓଭରରେ 6 ଓ୍ୱିକେଟ୍ ହରାଇ 129 ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଏହି ମ୍ୟାଚ୍ ଭାରତ ବାଜି ମାରି ନେଇଛି । ଏହି ବିଜୟ ସହ ଲଗାତର ତିନୋଟି ମ୍ୟାଚ୍ ଜିତିଛି ଭାରତୀୟ ମହିଳା କ୍ରିକେଟ୍ ଦଳ । ଏହାସହ ଗ୍ରୁପ୍ ଏ’ରେ 6 ପଏଣ୍ଟ ସହ ଟେବୁଲ୍ର ଶୀର୍ଘ ସ୍ଥାନରେ ନିଜକୁ ବଜାୟ ରଖିଛି ।
ଭାରତୀୟ ମହିଳା ଟିମର ଓପନର ଶେଫାଳି ବରମା 34 ବଲରୁ 46 ରନ୍ର ବିସ୍ଫୋରକ ଇନିଂସ ଖେଳି ପ୍ଲେୟାର ଅଫ ଦି’ ମ୍ୟାଚ ବିବେଚିତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛେଣ୍ଡିପଦାବାସୀ । ସୂଚନା ଯେ, ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁଗୋଳରୁ ଦେବଗଡ଼ ରାସ୍ତାରେ ଯାଉଥିବା ବେଳେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଓ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି।
ଆଗମୀ ଦିନରେ ଥିବା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରେ ହେବାକୁ ଥିବା ପ୍ଲାଟିନମ ଜୁବଲି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ଜିଲ୍ଲା ଅନେକ କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲୀ ଟୋଲ ଗେଟ ନିକଟରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶକୁ ରାସ୍ତା ପାର ହେଉଥିବା ଏକ ବାଇକ ଚାଳକଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଯୁବକ ଜଣକ ହେଲେ ମାଣିକ୍ୟପୁର ଗ୍ରାମର ଜଗବନ୍ଧୁ ଗୌଡଙ୍କ ପୁଅ ମୁନା ଗୌଡ। ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ। ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୧୨କୁ ଫୋନ କରିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀଙ୍କୁ କାନାଡା ଗଣମଧ୍ୟମର ସମାଲୋଚନା। ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛି। ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ନିଜାରଙ୍କ ହତ୍ୟାରେ ଭାରତକୁ ଦାୟୀ କରିବା ଦାୟିତ୍ୱହୀନ ବୋଲି କାନାଡା ଗଣମାଧ୍ୟମ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛି।
କାନାଡାର ଗଣମାଧ୍ୟମ ଏନେଇ କହିଛି, ଦେଶରେ ଦ୍ରୁତ ଗତିରେ ନିଜର ଲୋକପ୍ରିୟତା ହରାଇବା ଭିତରେ ଟ୍ରୁଡୋ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଯଦି ସେ ଏହାକୁ ଠିକ ପ୍ରମାଣ କରିପାରୁ ନାହାଁନ୍ତି, ତେବେ ଦେଶରେ ଓ ବିଶ୍ୱ ସ୍ତରରେ ଦେଶର ସମ୍ମାନ ହାନି ହେବ। କାନାଡାର ଅଗ୍ରଣୀ ଖବରକାଗଜ ନ୍ୟାଶନାଲ ପୋଷ୍ଟ ଏହାର ସମ୍ପାଦକୀୟରେ ଲେଖିଛି ଯେ, ଟ୍ରୁଡୋ ଏପର୍ଯ୍ୟନ୍ତ ପ୍ରମାଣ ଦେଇ ପାରି ନାହାନ୍ତି। ସେ କାନାଡାବାସୀଙ୍କୁ ଅଭିଯୋଗର କୌଣସି ପ୍ରମାଣ ଦେଖାଇବାରେ ବିଫଳ ହୋଇଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର