ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ବିନା ମାସ୍କରେ ଷ୍ଟାଡିୟମକୁ ଅନୁମତି ନାହିଁ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବା ମନା । ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ସେପଟେ ବାରବାଟୀ ମୁକାବିଲା ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ । ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଜଣ ଇନ୍ସପେକ୍ଟର ଏବଂ ୨୭୦ ଜଣ SI ରାଙ୍କର ଅଧିକାରୀ ମୁତୟନ ହେବେ । ଏଥିସହ ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଏବଂ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ ।