ଲକ୍ଷ୍ନୌ: ପଶ୍ଚିମବଙ୍ଗ ରାଜନୈତିକ ହିଂସାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନରେ ବାହାରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଦିଦିଙ୍କୁ ସମର୍ଥନ ଜଣାଇଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ, ଏସ ପି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଏବଂ ଟିଡିପି ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ବାହାରିଲେ । ତେବେ ଦିଦି ନିଜ ସମର୍ଥକଙ୍କୁ ଏନେଇ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଦିଦିଙ୍କ ସମର୍ଥନରେ ମାୟାବତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିଜେପି ନେତାମାନେ ମମତାଙ୍କୁ ଟାର୍ଗେଟ କରୁଛନ୍ତି । ଯୋଜନାବଦ୍ଧ ଭାବେ ମମତାଙ୍କୁ ବିରୋଧ କରାଯାଉଛି ବୋଲି ମାୟା ଅଭିଯୋଗ ଆଣିଛନ୍ତି । ଏହା ଦେଶ ପାଇଁ ବିପଦଜନକ ବୋଲି ମାୟା କହିଛନ୍ତି । ସେହିପରି ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ମାୟା ଆଜି ରାତ୍ରି ୧୦ଟାରୁ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ।
ମାୟା କହିଛନ୍ତି ଆଜି ମୋଦିଙ୍କର ଦୁଇଟି ରାଲି ରହିଛି ଯଦି ନିଷିଦ୍ଧ କରିବାର ଥିଲା ତେବେ ଆଜି ସକାଳୁ କାହିଁକି କରାଗଲା ନାହିଁ ? ନିର୍ବାଚନ କମିଶନ ଚାପରେ ପଡି ଏଭଳି ନିଷ୍ପତି ନେଉଥିବାର ଆରୋପ ଲଗାଇଛନ୍ତି ମାୟା । ତେବେ ସମର୍ଥନ କରିଥିବାରୁ ମମତା ବିଏସପି ମୁଖ୍ୟ ମାୟାବତୀ, ଅଖିଳେଶ ଯାଦବ, କଂଗ୍ରେସ, ଏନ.ଚନ୍ଦ୍ରବାବୁ ନାଇଡୁ ଆଦିଙ୍କୁ ଟ୍ୱିଟର ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।
Thanks and gratitude to @Mayawati, @yadavakhilesh, @INCIndia, @ncbn and others for expressing solidarity and support to us and the people of #Bengal. EC's biased actions under the directions of the #BJP are a direct attack on democracy. People will give a befitting reply
— Mamata Banerjee (@MamataOfficial) May 16, 2019
ଏଠାରେ ସୂଚନାଥାଉ କି ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରୋଡ଼ ସୋ ବେଳେ ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ କଠୋର ପଦକ୍ଷେପ ନେଇଛନ୍ତି । ୩୨୪ ଧାରା ଲାଗୁ କରି ଆଜି ରାତି ୧୦ଟାରୁ ନିର୍ବାଚନ ପ୍ରଚାର କରିହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ନେଇ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ । ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅପ୍ରତ୍ୟାଶିତ ବୋଲି ମମତା କହିଥିଲେ ।
ଅର୍ଗସ ବ୍ୟୁରୋ: ଜନମାରଣ ନୀତି ସହିତ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ବିଜେପି ଗଣ ଆନ୍ଦୋଳନ ପନ୍ଥା ଆପଣେଇଛି। ସେହପରି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ ଆହ୍ୱାନ କ୍ରମେ ବରାହୀପୁର ଗ୍ରାମ ପଞ୍ଚାୟତ ଓ ପଂଚାୟତ ର ବିଜେପି ପକ୍ଷରୁ ଗଣ ଆନ୍ଦୋଳନ କରାଯାଇଛି ।
ପଞ୍ଚାୟତର ଶହ ଶହ ବିଜେପି କର୍ମକର୍ତ୍ତା ମାନେ ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଘଟି ଯାଇଥିବା ଦୁର୍ନିତିମୂଳକ କାର୍ଯ୍ୟ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଏଭଳି ଦୁର୍ନିତି ଯୁକ୍ତ ସରକାରକୁ ହରାଇକୁ ଦାବୀ କରିଥିଲେ। ବର୍ତମାନ ଓଡ଼ିଶାରେ ଓଡ଼ିଆ ମାନଙ୍କୁ ହତାଧର କରିବା ସହିତ ଅଣ ଓଡ଼ିଆକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ବହୁ ଦୃନୀତି ଓ ମଡ଼ର କେଶ ରେ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ ବିଜେପି କର୍ମୀ ମାନେ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବ୍ଲକବଷ୍ଟର ମୁଭି 'ଜୱାନ'ର ସଫଳତା ପରେ ଏବେ ଚର୍ଚ୍ଚାରେ ରହୁଛନ୍ତି ଶାହରୁଖ ଖାନ. ନିଜର ଦମଦାର ଅଭିନୟକୁ ନେଇ ତାଙ୍କ ଫ୍ୟାନମାନଙ୍କ ଭିତରେ କ୍ରେଜ ବଢିବାରେ ଲାଗିଛି. ତେବେ ଶାହାରୁଖ ନିଜ ଏକ୍ସ ହ୍ୟାଣ୍ଡଲରେ "ଆକ୍ସ ଶାହରୁଖ"କୁ ନେଇ ଏକ ହ୍ୟାସଟ୍ୟାଗ ସହ ପୋଷ୍ଟ କରିଥିଲେ. ଯାହାକୁ ନେଇ ଜଣେ ଫ୍ୟାନ ତାଙ୍କ ନିଜ ଫୋଟୋ ମନ୍ନତ ସାମ୍ନାରେ ଛିଡା ହୋଇ ପୋଷ୍ଟ କରିବା ସହ ଲେଖିଥିଲେ, ଶାହାରୁଖ, ମୁଁ ବର୍ତ୍ତମାନ ଆପଣଙ୍କ ମନ୍ନତ ପାଖରେ ହିଁ ଅଛି. ସେଠାରେ ଆପଣଙ୍କ ଠାରୁ ବର୍ତ୍ତମାନ ମୁଁ ଗୋଟେ ହ୍ୟାଲୋ ଆଶା କରି ପାରିବି କି ? କିମ୍ବା ଟ୍ବିଟରରେ ଗୋଟେ ରିପ୍ଲାଏ ପାଇ ପାରିବି କି ?
Yaar main Mannat mein nahi hoon kaam par laga hua hoon. Just check all good there na??! Ha ha #Jawan https://t.co/Mc9LARrten — Shah Rukh Khan (@iamsrk) September 22, 2023
ତେବେ ଶାହରୁଖ ଏହାକୁ ନେଇ ମଜାଦାର ରିପ୍ଲାଇ ଦେଇଛନ୍ତି. ସେ ଲେଖିଛନ୍ତି, "ମୁଁ ବର୍ତ୍ତମାନ ମୋ କାମରେ ଅଛି, ମନ୍ନତରେ ନାହିଁ. ଚେକ କରନ୍ତୁ ତ ସେଠାରୁ ସବୁ ଠିକଠାକ ଅଛି କି ନାହିଁ". ଶାହାରୁଖଙ୍କ ଏହି ରିପ୍ଲାଇକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି. ଏହାକୁ ନେଇ ପୁଣିଥରେ ତାଙ୍କ ଫ୍ୟାନ ଲେଖିଛନ୍ତି, "ମୁଁ ବି ମଜା କରୁଥିଲି ସାର. ମୁଁ ମଧ୍ୟ ଏବେ କାମରେ ଅଛି. ଖୁବଶୀଘ୍ର ମନ୍ନତ ଆସୁଛି". ତେବେ ଶାହରୁଖଙ୍କ ଫିଲ୍ମ କଥା କହିଲେ, ଏବେ ଶାହରୁଖଙ୍କ ୨ ଟି ମୁଭି 'ପଠାନ' ଏବଂ 'ଜୱାନ' ବେଶ ସଫଳତା ପାଇଛି.
ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କୁଚେ଼ଇବୁଢ଼ୀ ଠାରେ ଖୁବ୍ ଆନନ୍ଦର ସହିତ ଜଗତ ଜନନୀ ମା' ଲକ୍ଷ୍ମୀଙ୍କର କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ୧୮୬ଜଣ ଭକ୍ତ କଳସ ନେଇ ଆସିଥିଲେ।
ଏହି ଯାତ୍ରା ରାଇରଙ୍ଗପୁର ଖଡ଼ଖାଇ ନଈରୁ ଆରମ୍ଭ କରି କୁଚେ଼ଇବୁଢ଼ୀ ସ୍ଥିତ ଲକ୍ଷ୍ମୀ ମଣ୍ଡପ ଠାରେ ଶେଷ ହୋଇଥିଲା। ତେବେ ମୁଖ୍ୟ ପୂଜକଙ୍କ କହିବା ଅନୁସାରେ ଆଜକୁ ବାୟାଳିସ ବର୍ଷ ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ କୌଣସି ଭବ୍ୟ ମନ୍ଦିର ହୋଇ ପାରିନଥିଲା ତେବେ କମିଟି ମେମ୍ବର ଏବଂ ରାଇରଙ୍ଗପୁର ବାସୀଙ୍କ ସହଯୋଗରେ ଏହି ମନ୍ଦିରଟି ନିର୍ମାଣ ହୋଇଅଛି। ଏହି ଯାତ୍ରାଟି ରାଇରଙ୍ଗପୁର ପୋଲିସଙ୍କ ସୁରକ୍ଷାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର