ନଡ୍ଡା ଗୁରୁବାର କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ସୁଦ୍ଧା ୧୯ଟି କମ୍ପାନୀ ଭାରତରେ ଟିକା ପ୍ରସ୍ତୁତ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଅରୁଣାଚଳ ପ୍ରଦେଶରେ ବିଜେପିର ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିବା ସମୟରେ ସେ ଏହା କହିଛନ୍ତି।
ନଡ୍ଡା ଏହା କହିଛନ୍ତି ଯେ, ଗତ ବର୍ଷ ଆମର ଗୋଟିଏ ପରୀକ୍ଷଣ ଲ୍ୟାବ ରହିଥିଲା । ଯେଉଁଠି ଆମର ପରୀକ୍ଷଣ କ୍ଷମତା ୧୫୦୦ ଥିଲା। ଆଜି ଦେଶରେ ୨୫ ଲକ୍ଷ ନମୂନା ପରୀକ୍ଷା କରାଯାଉଛି ଏବଂ ଆମର ୨୫୦୦ ଲ୍ୟାବ ଅଛି ।