ଲଞ୍ଚ ହେଲା ଆଇଫୋନ ୧୬ର ୪ଟି ମଡେଲ, ଜାଣନ୍ତୁ କେଉଁଠି ଶସ୍ତା...
ଅର୍ଗସ ବ୍ୟୁରୋ : ମାର୍କେଟକୁ ଆସିଛି ଆଇଫୋନ ୧୬ । ଆପଲ୍ କମ୍ପାନୀ ଆଇଫୋନ ୧୬ର ୪ଟି ମଡେଲ୍ ଲଞ୍ଚ କରିଛି । ଯାହା ଭାରତ ସମେତ ଚୀନ, ଆମେରିକା ଆଦିରେ ମଧ୍ୟ ଲଞ୍ଚ କରାଯାଇଛି । ଯାହାର ମାର୍କେଟ ଭାଲ୍ୟୁ କିଛି ସ୍ଥାନରେ ଶସ୍ଥା ତ କିଛି ସ୍ଥାନରେ ମହଙ୍ଗା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ମାର୍କେଟ ଭାଲ୍ୟୁ କେତେ ରହିଛି ।
ଆମେରିକାରେ ଆଇଫୋନ ୧୬ର ମାର୍କେଟ ଭାଲ୍ୟୁ ରହିଛି ୭୯୯ ଡଲାର, ଯାହା ଭାରତୀୟ ମୁଦ୍ରାରେ ୬୭ ହଜାର ଅଟେ । ସେହିପରି ଆଇଫୋନ ୧୬ ପ୍ଲସ ର ମୂଲ୍ୟ ରହିଛି ୮୯୯ ଡଲାର ଅର୍ଥାତ ୭୫ ହଜାର ୫୦୦। ଆଇଫୋନ ୧୬ ପ୍ରୋ ର ୧୨୮ ଜିବି ପାଇଁ ମୂଲ୍ୟ ରହିଛି ୯୯୯ ଡଲାର ଅର୍ଥାତ ୮୩ ହଜାର ୮୭୦ । ଏବଂ ଆଇଫୋନ ୧୬ ପ୍ରୋ ମାକ୍ସ ୨୫୬ ଜିବି ପାଇଁ ମୂଲ୍ୟ ରହିଛି ୧ ଲକ୍ଷ ।
ଆମେରିକା ତୁଳନାରେ ଭାରତରେ ମହଙ୍ଗା ରହିଛି ଆଇଫୋନ ୧୬ । ଭାରତରେ ଆଇଫୋନ ୧୬ର ମୂଲ୍ୟ ରହିଛି ୭୯ ହଜାର ୯୦୦ । ଆଇଫୋନ ୧୬ ପ୍ଲସର ମୂଲ୍ୟ ରହିଛି ୮୯ ହଜାର ୯୦୦ । ସେହିପରି ଆଇଫୋନ ୧୬ ପ୍ରୋ ର ମୂଲ୍ୟ ରହିଛି ଏକ ଲକ୍ଷ ୧୯ ହଜାର ୯୦୦ । ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ରହିଛି ଏକ ଲକ୍ଷ ୪୪ ହଜାର ୯୦୦ ।
ଆଇଫୋନ ୧୪, ୧୫ ଠାରୁ ଏହାର ଫିଚର୍ସ ଖୁବ ୟୁନିକ ଏବଂ ନୂଆ ରହିଛି। ଏହା ସବୁଠାରୁ ଶସ୍ଥାରେ ଆମେରିକାରେ ବିକ୍ରି ହେଉଥିବା ବେଳେ, ଚୀନ ଏବଂ ହଙ୍ଗକଙ୍ଗ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଏହାର ପ୍ରି ଅର୍ଡର ସେପ୍ଟେମ୍ବର ୧୩ ରେ ହେବାକୁ ଥିବାବେଳେ ଏହାର ପ୍ରଥମ ବିକ୍ରି ସେପ୍ଟେମ୍ବର ୨୦ରେ କରାଯିବ ।