ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଯମୁନା ଏକ୍ସପ୍ରେସ ୱେରେ ଦୁର୍ଘଟଣା, ୮ମୃତ

ଗ୍ରେଟର ନୋଏଡା ଥାନା ରବୁପୁରା ଅନ୍ତର୍ଗତ ଯମୁନା ଏକ୍ସପ୍ରେସୱେରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 8ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 20ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 12ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।
ଯମୁନା ଏକ୍ସପ୍ରେସ ୱେରେ ଏକ ଡବଲ ଡେକର ବସକୁ ଏକ ଟ୍ରକ ଧକ୍କା ଦେବା ଯୋଗୁ ଦୁର୍ଘଟଣଶ ହୋଇଥିଲା । ବସଟି ଓରିଆରୁ ଆସୁଥିବା ବେଳେ ଟ୍ରକଟି ପଛ ପଟୁ ବସକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ଜଣ ଆହତ ହୋଇଛନ୍ତି ।
Download Argus News App
