ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ମୁମ୍ବାଇ ଏୟାରପୋର୍ଟରେ ଟଳିଲା ବଡ ଦୁର୍ଘଟଣା, ରନେୱେ ଛାଡି ଆଗକୁ ପଳାଇଲା ବିମାନ

ମୁମ୍ବାଇ: ଏକ ବଡ ଦୁର୍ଘଟଣାରୁ ଟଳିଯାଇଛି ଭାରତୀୟ ବାୟୁସେନାର ବିମାନ । ଭାରତୀୟ ବାୟୁସେନାର ଏଏନ 32 ବିମାନ ମୁମ୍ବାଇ ଏୟାରପୋର୍ଟରୁ ଉଡାଣ ଭରିବା ସମୟରେ ରନୱେ ଅତିକ୍ରମ କରିଯାଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ବିଶେଷ କ୍ଷତି ହୋଇନି । ତେବେ ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ ଜାରି ରହିଛି ।
ସୂଚନା ମୁତାବକ ଭାରତୀୟ ବାୟୁସେନାର ବିମାନଟି ମୁମ୍ବାଇ ଏୟାରପୋର୍ଟର 27 ନମ୍ବର ରନୱେରୁ ଉଡାଣ ଭରିବା ସମୟରେ ରନେୱେ ଛାଡି ଆଗକୁ ପଳାଇଥିଲା । ଏହାପରେ ବିମାନକୁ ଅଟକାଯାଇଥିଲା ।
Download Argus News App
