ଅର୍ଗସ ବ୍ୟୁରୋ: ଦୁଇ ଦିବସୀୟ ଗସ୍ତରେ ହିମାଚଳ ପ୍ରଦେଶରେ ପହଞ୍ଚିଲେ ରାଜନାଥ ସିଂହ । ଶୁକ୍ରବାର ଦିନ ବୁମଳା ଅଞ୍ଚଳର ସୀମାର ନିକଟସ୍ଥ ଫାରବଇ ପୋଷ୍ଟର ନିରିକ୍ଷଣ କରିଛନ୍ତି ରାଜନାଥ । ଏହି ସମୟରେ ତାଙ୍କ ସହ ଭାରତୀୟ ସେନା ଓ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ୍ର ବହୁ ଅଧିକାରୀ ଥିଲେ ।
Defence Minister Rajnath Singh: Is Bharat-China seema par jahan humlog bahut soojh-bhooj se kaam le rahe hain, wahin par Chinese PLA bhi bahut soojh-bhooj se kaam le rahi hai. https://t.co/XSMid1DN55 pic.twitter.com/JqAaLdHm0w
— ANI (@ANI) November 15, 2019
ରାଜନାଥ ସିଂହ କହିଛନ୍ତି ଯେ, ମୋତେ ଏଠାରେ ମୁତୟନ ଥିବା ସୈନିକଙ୍କ ସହ ସାକ୍ଷତ ଓ ଆଲୋଚନା କରିବାର ସୁଯୋଗ ମିଳିଛି । ଯେଉଁମାନେ କି ମୋତେ କହିଛନ୍ତି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ କୌଣସି ଉତ୍ତେଜନା ନାହିଁ । ଭାରତୀୟ ଓ ଚୀନ୍ସେନା ସୀମାରେ ଭଭୟଙ୍କ ବୁଝାସୁଝାରେ କାର୍ଯ୍ୟ ଚାଲିଛି । ସେଥିପାଇଁ ସେଠାରେ କୌଣସି ଉତ୍ତେଜନା ନାହିଁ ବୋଲି ରାଜନାଥ କହିଛନ୍ତି ।
