ଭାରତୀୟ ସେନାର ଅଧିକାରୀ ମାନଙ୍କ କହିବା ଅନୁସାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ ଇନ ଇଣ୍ଡିଆ ଇନିସିଏଟିଭରେ ଏହି ଜ୍ୟାକେଟ ଗୁଡିକୁ ତିଆରି କରିବୂାକୁ ଦୁଇଟି ଅଲଗା ଅଲଗା ଟେଣ୍ଡର ଜାରୀ କରିଛନ୍ତି ।ଏହି କ୍ରମରେ ମୋଟ 47 ହଜାର 627 ଜ୍ୟାକେଟ ସାମାନ୍ୟ ମାଧ୍ୟମରେ କ୍ରୟ କରିବାକୁ ଟେଣ୍ଡର ଜାରୀ କରାଯାଇଛି । ସାମାନ୍ୟ ମାଧ୍ୟମରେ କ୍ରୟ କରାଯିବାକୁ ଥିବା ଏହି ବୁଲେଟ ପ୍ରୁଫ ଜ୍ୟାକେଟର ଖରିଦ ପ୍ରକ୍ରିୟା ଆଗାମୀ 18ରୁ 24 ମାସ ମଧ୍ୟରେ ପୂରା ହେବ । ଠିକ ସେହିପରି ଅନ୍ୟ ଏକ ଜରୁରୀ କାଳୀନ ଖରିଦ ପ୍ରକ୍ରିୟା ଅନୁସାରେ 15 ହଜାର ଜ୍ୟାକେଟ କ୍ରୟ କରାଯିବାକୁ ଟେଣ୍ଡର ହୋଇଛି । ଏହି ଜରୁରୀ କାଳୀନ ଖରିଦ ପ୍ରକ୍ରିୟାକୁ ଆଗାମୀ ତିନି ଚାର ମାସରେ ମଧ୍ୟରେ ଅନ୍ତିମ ରୂପ ଦିଆଯିବ ।
ଭାରତୀୟ ସେନାର ଅଧିକାରୀ ମାନଙ୍କ କହିବା କଥା ଯେ ଏହି ଦୁଇ ଟେଣ୍ଡର ଜରିଆରେ କ୍ରୟ କରାଯାଉଥିବା ଜ୍ୟାକେଟ ଗ୍ରେଡ- 4ର ହେବ । କାଶ୍ନୀର ଉପତ୍ୟକାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନେ କିଛି ଘଟଣାରେ ଭାରତୀୟ ସୁରକ୍ଷା ବଳ ମାନଙ୍କ ସହ ଏନକାଉଂଟରେ ଆମେରିକୀୟ କବଚ ଭେଦି ଗୁଳିର ବ୍ୟବହାର କରିଥିଲେ ଓ ସୈନିକ ମାନେ ବୁଲେଟ ପ୍ରୁଫ ଜ୍ୟାକେଟ ଜରିଆରେ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ । ଏହି ଦୁଇ ଟେଣ୍ଡର ମାଧ୍ୟମରେ କ୍ରୟ କରାଯାଉଥିବା ଜ୍ୟାକେଟ ସ୍ତର -4ର ହେବ ଯାହାକୁ ଷ୍ଟିଲ କୋର ବୁଲେଟ ବିରୁଦ୍ଧରେ ପ୍ରଭାବୀ ବୋଲି ମନେ କରାଯାଇଥାଏ ।
ଏହି ବୁଲେଟ ପ୍ରୁଫ ଜ୍ୟାକେଟକୁ ସର୍ବ ପ୍ରଥମେ କାଶ୍ମୀରରେ ମୁତୟନ ହୋଇଥିବା ସୈନିକ ମାନଙ୍କୁ ଦିଆଯିବ ବୋଲି ଜଣା ପଡିଛି ।ଭାରତୀୟ ସେନା ସହ ଜଡିତ ସୂତ୍ରଙ୍କ କହିବା ଅନୁସାରେ ଏହି ଜ୍ଯାକେଟ ଭାରତରେ ତିଆରି କରାଯିବ ଓ କୌଣସି ବିରୋଧୀ ଦେଶରୁ ସାମଗ୍ରୀ ନିଆଯିବ ନାହିଁ। ଏହା ପୂର୍ବରୁ ମଧ୍ୟ ଭାରତୀୟ ସେନା 750 ଡ୍ରୋନ କ୍ରୟ କରିବାକୁ ଏକ ଟେଣ୍ଡର ଜାରୀ କରି ସାରିଛି । ଚୀନ ସହ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖାର ନିଜର ଶକ୍ତି ବଢାଇବା ସହ ରିମୋଟରେ ପରିଚାଳିତ ହେଉଥିବା 80 ମିନି ବିମାନ ପ୍ରଣାଳୀର ଖରିଦ ପାଇଁ ମଧ୍ୟ ଟେଣ୍ଡ ଜାରୀ କରିଥିଲା ।