ମ୍ୟାଚର ଶେଷ ଓଭର ଦଳ ପାଇଁ ସାଯିଥିଲା କାଳ । ଶେଷ ଓଭରଗୁଡ଼ିକରେ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ମାତ୍ରାଧିକ ରନ୍ ବ୍ୟୟ କରିବା ଭାରତୀୟ କ୍ରିକେଟ୍ ଦଳର ଚିନ୍ତାକୁ ବଢ଼ାଇ ଦେଇଛି । ଏହି ବିଷୟରେ ଗାଭାସ୍କର କହିଛନ୍ତି ଯେ ମୋହାଲିରେ କାକର ଏକ ସମସ୍ୟା ଥିଲା ବୋଲି ମୁଁ ଭାବୁନି । କ୍ଷେତ୍ରରକ୍ଷକ ଏବଂ ବୋଲରମାନେ ସେମାନଙ୍କ ଅଙ୍ଗୁଳିକୁ ଶୁଖିଲା ରଖିବା ଲାଗି ତଉଲିଆ ବ୍ୟବହାର କରୁଥିବାର ଦୃଶ୍ୟ ବି ଦେଖିବାକୁ ମିଳିନଥିଲା । ଏହା ଏକ ବାହାନା ମାତ୍ର । ମୁଁ କହିବି ଆମେ ଆଦୌ ଭଲ ବୋଲିଂ କଲେନି । ମହଙ୍ଗା 19 ଓଭର ହିଁ ଦିନକୁ ଦିନ ଭାରତର ଚିନ୍ତା ବଢ଼ାଉଛି ।
ଭୁବନେଶ୍ବର କୁମାରଙ୍କ ଭଳି ବୋଲର୍ ନିୟମିତ ଭାବେ ଅଧିକରୁ ଅଧିକ ରନ୍ ଦୋଉଛନ୍ତି । ପାକିସ୍ତାନ, ଶ୍ରୀଲଙ୍କା ଏବଂ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ବୋଲିଂ କରିଥିବା ୧୮ ବଲ୍ ୧୯ରେ ୪୯ ରନ୍ ଦେଇଛନ୍ତି । ଯାହା ବଲ୍ ପିଛା ପାଖାପାଖି ୩ ରନ୍ ହେଉଛି । ତାଙ୍କଭଳି ଜଣେ ଅଭିଜ୍ଞ ଏବଂ ଉଚ୍ଚ ସ୍ତରର ବୋଲର ୧୮ ବଲ୍ରୁ ସର୍ବାଧିକ ୩୫-୩୬ ରନ୍ ବ୍ୟୟ କରିବେ ବୋଲି ଆଶା କରାଯାଇପାରେ ।
ଭାରତ ପରାଜିତ ହେଉଥିବା ମ୍ୟାଚ୍ଗୁଡ଼ିକରେ ଏହା ସବୁଠାରୁ ବଡ଼ ଦୁର୍ବଳ ଦିଗ ବୋଲି ଆମେ କହିପାରିବା । ବୁମ୍ରା ଫେରିବା ପରେ ହୁଏତ ଏହି ସ୍ଥିତି ବଦଳିପାରେ । ସେ ଆସିଲେ ଶୀର୍ଷକ୍ରମରେ ଭାରତକୁ ଅଧିକ ୱିକେଟ୍ ମିଳିବ ବୋଲି ଆଶା କରାଯାଇପାରେ । ଦୀର୍ଘଦିନ ପରେ ଭାରତୀୟ ଦଳକୁ ଫେରିଥିବା ହର୍ଷଲ ପଟେଲ ନିଜ ୪ ଓଭରରେ ୪୯ ରନ୍ ବ୍ୟୟ କରିବା ମଧ୍ୟ ଭାରତ ପରାଜୟର ଅନ୍ୟତମ କାରଣ ଥିଲା । ଭାରତୀୟ ବୋଲିଂ ଉପରେ ଭରସା ରଖିବାକୁ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହ୍ବାନ କରିଛନ୍ତି । ବିଶ୍ବକପ୍ ପୂର୍ବରୁ ଡେଥ୍ ଓଭରରେ ମାତ୍ରାଧିକ ରନ୍ ବ୍ୟୟ କରିବା ଏକ ବଡ଼ ସମସ୍ୟା ବୋଲି କିନ୍ତୁ ସେ ସ୍ବୀକାର କରିଛନ୍ତି । ପୂର୍ବ ପରିସଂଖ୍ୟାନକୁ ଦେଖିଲେ ଭୁବନେଶ୍ବର ଗତ ତିନିଟି ମ୍ୟାଚ୍ରେ ଦେଇଥିବା ରନ୍ ତାଙ୍କ ଖେଳ ଜୀବନର ସବୁଠାରୁ ମହଙ୍ଗା ୧୯ ଓଭର୍ ଥିଲା ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।