ଏମସିସିଆଇ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କହିଛନ୍ତି ଯେ ୨୦୨୩ ରୁଷ ୟୁକ୍ରେନ ଯୁଦ୍ଧ ଓ ଭୁ-ରାଜନୈତିକ ସମସ୍ୟା ଆରମ୍ଭ ହୋଇଛି । ତେବେ ଦୁଇ ବର୍ଷ କୋରନା ମହାମାରୀରେ ଚୀନ ଅର୍ଥନୀତି ଖୋଲିଛି । ଫଳରେ ତୈଳ ଓ କମୋଡିଟି ବଜାରରେ ବେସ୍ ଉତ୍ସାହ ଦେଖାଦେଇଛି । ବଜାରରେ ଏସବୁ ପରିବର୍ତ୍ତନ ମଧ୍ୟରେ ଭାରତୀୟ ଅର୍ଥନୀତିରେ ଏହିପରି ବଡ ପରିବର୍ତ୍ତନ ଆସିବ ବୋଲି ଆକଳନ କରାଯାଇଛି।
୭ ବର୍ଷରେ ୭ ଟ୍ରିଲିୟନ ଡଲାର ହେବ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ: ସୁଦୃଢ ହେଉଛି ଭାରତ ର ଅର୍ଥନୀତି। ଅର୍ଥନୀତି କ୍ଷେତ୍ର ଅନ୍ୟ ବିତ୍ତଶାଳି ରାଷ୍ଟ୍ରଙ୍କୁ ଟକ୍କର ଦେଉଛି ଭାରତ। ଆସନ୍ତା ୭ ବର୍ଷରେ ଭାରତୀୟ ଅର୍ଥନୀତିର ଆକାର ୭ ଲକ୍ଷ କୋଟି ଡଲାର ହେବ । ଅର୍ଥାତ ୭ ଟ୍ରିଲିୟନ ହେବ । ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି. ଅନନ୍ତ ନାଗେଶ୍ବରନଙ୍କ କହିବା ଅନୁସାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତୀୟ ଅର୍ଥନୀତି ଆକାର ୩ ଟ୍ରିଲିୟନ ଡଲାର ହେବ ବା ୩ ଲକ୍ଷ କୋଟି ଡଲାର ହେବ । ଏହିପରିକି ଭାରତୀୟ ଅର୍ଥନୀତିର ଆକାର ୨୦୨୫ ସୁଦ୍ଧା ଏହା ୫ ଟ୍ରିଲିୟନ ଡଲାରରେ ପହଂଚି ଯାଇଥିବ ।
Download Argus News App
