ଏହା ସହିତ ମଙ୍ଗଳ ଗ୍ରହକୁ ପ୍ରଥମ ମନୁଷ୍ୟ ପଠାଇବା ପାଇଁ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଏହି ମିଶନ ସହାୟକ ହେବ । ଏହି ମିଶନ ସହ ଜଡିତ କାର୍ଯ୍ୟାଳୟ ପାଇଁ ହାର୍ଡୱେୟାର ବିକଶିତ କରିବା ଓ ରିସ୍କ ମ୍ୟାନେଜମେଂଟକୁ ନେଇ ମଧ୍ୟ କାମ କରିବ । ଏହି କାର୍ଯ୍ୟାଳୟ ମିଶନ ପାଇଁ ଯୋଜନା ତିଆରି କରିବା ସହ ବିଶ୍ଲେଷଣ ଯାଏ ସମସ୍ତ ଦାୟିତ୍ୱ ସମ୍ପାଦନ କରିବ ।
ଅମିତ କ୍ଷତ୍ରୀୟ 2 ବର୍ଷ ତଳେ ନାସା ସହ ଯୋଡି ହୋଇଥିଲେ । ସେ 2003 ମସିହାରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଏଠାରେ ସଫ୍ଟୱେୟାର ଓ ରୋବୋଟିକ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ମୁଖ୍ୟ କାର୍ଯ୍ୟ ଆନ୍ତର୍ଜାତିକ ମହାକାଶ ଷ୍ଟେସନର ରୋବୋଟିକ ଏସେମ୍ବଲ କରିବା ଥିଲା । ସେ 2014ରୁ 2017 ଯାଏ ସ୍ପେସ ଷ୍ଟେସନ ଫ୍ଲାଇଟ ଡାଇରେକ୍ଟର ଭାବେ କାମ କରିଥିଲେ । ଏହି ସମୟରେ ସେ ଆନ୍ତର୍ଜାତିକ ଆଷ୍ଟ୍ରୋନଟ ମାନଙ୍କର ଟିମର ଅପରେସନ ଓ ଫ୍ଲାଇଟ୍ସର ମଧ୍ୟ ପରିଚାଳନା କରିଥିଲେ । ଅମିତ କ୍ଷତ୍ରିୟ ୟୁନିଭର୍ସିଟି ଅଫ ଟେକ୍ସାସରୁ ଗଣିତରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି । ତାଙ୍କୁ ନାସାର ଆଉଟ ଷ୍ଟାଣ୍ଡିଂ ଲିଡରସିପ ମେଡାଲ ମଧ୍ୟ ମିଳି ସାରିଛି ।
ଅଧିକ ପଢନ୍ତୁ ଭାରତ ଖବର