ସେ କହିଥିଲେ ଯେ, ଆମେରିକୀୟ ଗଣମାଧ୍ୟମ ଅପେକ୍ଷା ଭାରତୀୟ ଗଣମାଧ୍ୟମ ବହୁତ ଭଲ ଆଚରଣ କରୁଛନ୍ତି । ଆପଣଙ୍କ ଅନୁମତି କ୍ରମେ ଆମେ ଏବେ କୌଣସି ପ୍ରଶ୍ନ ଉତ୍ତର ଦେବା ନାହିଁ । କାରଣ ସେମାନେ କୌଣସି ପ୍ରଶ୍ନ ତଥ୍ୟ ଭିତ୍ତିକ ବା ଏହି ବୈଠକ ସମ୍ପର୍କରେ ପଚାରିବେ ନାହିଁ । ଦୁଇ ନେତା ପରସ୍ପରକୁ ଅଭିବାଦନ କରିବାର କିଛି ସମୟ ପରେ ବାଇଡେନ ଏପରି କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ସହମତି ଦେଇଥିଲେ ।
ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କିଭଳି ଆହୁରି ମଜବୁତ ହେବ ସେ ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ଆଲୋଚନା । କୋଭିଡ, କ୍ବାର୍ଡ ଓ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହ ଭାରତ ଏବଂ ଆମେରିକା ମଧ୍ୟରେ ଟେକନୋଲୋଜି ଓ ଟ୍ରେଡକୁ ଅଧିକ ମଜବୁତ କରିବାକୁ ଗୁରତ୍ୱ ଦିଆଯାଇଛି । ତେବେ ଆତଙ୍କବାଦ ଓ ଆଫଗାନିସ୍ତାନରେ ତାଲିବାନ ଶାସନକୁ ନେଇ ବାଇଡେନଙ୍କ ସହ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି ।
ଏଥିସହ ବୈଠକରେ ଚୀନ ଓ ପାକିସ୍ତାନ ପ୍ରସଙ୍ଗ ମଧ୍ୟ ଉଠିଥିଲା । ୨୦୧୪ ଏବଂ ୨୦୧୬ରେ ବାଇଡେନଙ୍କୁ ଭେଟିଥିବା କହିଥିଲେ ମୋଦି । ସେତେବେଳେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଭିଜନ ରହିଥିଲା । ଆଉ ଆଜି ରାଷ୍ଟ୍ରପତି ଭାବେ ବାଇଡେନ ଯେଉଁ ହାତ ବଢ଼ାଇଛନ୍ତି ତାକୁ ସ୍ବାଗତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ-ଆମେରିକା ମଧ୍ୟରେ ପୂର୍ବରୁ ବ୍ୟବସାୟିକ କାରବାର ବେଶ ସକାରାତ୍ମକ ରହି ଆସିଛି ଏବଂ ଆଗକୁ ମଧ୍ୟ ଏହା ଗତିଶୀଳ ରହିବ ବୋଲି ସେ କହିଛନ୍ତି ।