କଟକ ନରସିଂହପୁରରେ ସ୍ମାର୍ଟ ସ୍କୁଲର ଶୋଚନୀୟ ଚିତ୍ର
ପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା
ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ପକ୍ଷ୍ୟରୁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ପଣ୍ୟ ଭଡାରେ ରିହାତି ଦେବା ପାଇଁ ଯୋଜନା କରିଛି । କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତା ପାଇଁ ଅନ୍ୟାନ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦% ରିହାତି କରାଯାଇଥିବା ବେଳେ ୫୧ କିମି ରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପଣ୍ୟ ପରିବହନ ପାଇଁ ୨୫% ରିହାତି ଏବଂ ୭୬ କିମି ରୁ ୯୦ କିମି ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦% ରିହାତି ଘୋଷଣା କରାଯାଇଅଛି । ୯୧ କିମି ରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ ।
ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡା ଧାର୍ଯ୍ୟ କରାଯାଇଥିଲା । ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ । ଏହା ରିହାତିକୁ ୨୦୨୦ ଜୁଲାଇ ମାସ ପହିଲା ଠାରୁ ୨୦୧୧ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଅଛି । ଏହା ବ୍ୟତୀତ ଅନ୍ୟ କୌଣସି ରିହାତି କାର୍ଯ୍ୟକାରୀ କରାଯିବ ନାହିଁ । କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ ।
ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ମଧ୍ୟ ରିହାତି ନିୟମାବଳୀ ଜାରି କରିଛି । ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମିରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ ପରିବହନ କ୍ଷେତ୍ରରେ ୧୬୦୦ କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ରିହାତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦କିମିରୁ ଅଧିକ ଦୂରତ୍ୱ ପାଇଁ ୨୦% ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫% ରିହାତି ଯୋଜନା କରିଛି ।
ଏହି ସବୁ ରିହାତି ସାଧାରଣ ଶୁଳ୍କ ଦର (ଏନଟିଆର) ଆଧାରରେ ଟ୍ରେନ ବୋଝେଇ ପାଇଁ ଲାଗୁହେବ । ଏଥିପାଇଁ ରେଳବାଇ ମଧ୍ୟ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗ ସହିତ ନିରନ୍ତର ସଂଯୋଜନା ଜାରିରଖି ଅଧିକ ପଣ୍ୟ ପରିବହନ ପାଇଁ ପଦକ୍ଷେପ ନେବା ଏବଂ ଏହା ରେଳବାଇ ବୋର୍ଡ ଦ୍ୱାରା ମଧ୍ୟ ମଝିରେ ମଝିରେ ଦୃଷ୍ଟି ଦିଆଯିବ । ଗ୍ରାହକମାନେ ଏହି ରିହାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ନିକଟସ୍ଥ ରେଳବାଇ ଗୁଡ଼ସସେଡ କିମ୍ବା ଷ୍ଟେସନ ମାନଙ୍କ ଠାରେ ଯୋଗାଯୋଗ କରିପାରିବେ ।
ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
