ଅର୍ଗସ ବ୍ୟୁରୋ : ଏଣିକି ମହଙ୍ଗା ହୋଇପାରେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି । ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ ବୋଲି ଆଶଙ୍କା କରାଯାଇଛି । ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଯାହାଫଳରେ କାର୍, ହୋମ୍ ଓ ପର୍ସନାଲ ଲୋନ୍ ଆଜି ମହଙ୍ଗା ହେବ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ କରିବାକୁ ପଡିବ । ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୬.୭୭ ପ୍ରତିଶତରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରି ୫.୯% କରିଥିଲା । ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍’ ୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରି ୫.୪% କରିଥିଲା ।
ଭାରତ ଖବର ଆହୁରି ପଢ଼ନ୍ତୁ ।