ଅର୍ଗସ ବ୍ୟୁରୋ: ସୁଦାନରେ ହୋଇଥିବା ଏକ ବମ୍ ବିସ୍ଫୋରଣରେ 18 ଭାରତୀୟଙ୍କ ମୃତ୍ୟୁ ଘଟିଛି । ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କର ଏହାର ସୂଚନା ଦେଇଛନ୍ତି । ବିଦେଶ ମନ୍ତ୍ରୀ କହିଛନ୍ତି, ମୋତେ ବର୍ତ୍ତମାନ ସଲୁମୀ ସ୍ଥିତ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣର ସୂଚନା ମିଳିଲା । ଏହି ଘଟଣାରେ 18ଭାରତୀୟଙ୍କ ମୃତ୍ୟୁ ଘଟିଛି । ଏଥିସହିତ ବହୁ ଗୁରୁତର ହୋଇଛନ୍ତି ।
ଏହି ବିସ୍ଫୋରଣରେ ପାଖାପାଖି 23 ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ 130 ଲୋକ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୋଟିଏ ଏଲପିଜି ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଏହି ବିସ୍ଫୋରଣ ଘଟିଛି ।
ଅର୍ଗସ ବ୍ୟୁରୋ : ଗୋଷ୍ଠୀ ସଂଘର୍ଷରୁ ନିର୍ମମ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ୬ଜଣଙ୍କୁ ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ପଞ୍ଚାୟତ ସଦସ୍ୟ ରହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଉତ୍ତରପ୍ରଦେଶର ରୁଦ୍ରପୁର କୋତାବାଲୀ ଥାନା ଅନ୍ତର୍ଗତ ଫତେପୁରରେ ଘଟିଛି କାଣ୍ଡ । ଜମି ବିବାଦକୁ ନେଇ ଗାଁରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ହେଲେ ସୋମବାର ସକାଳୁ ଏହା ହତ୍ୟାକାଣ୍ଡର ରୂପ ନେଇଛି । ଉଭୟ ପକ୍ଷରୁ ମାରଣାସ୍ତ୍ରରେ ଆକ୍ରମଣ ସହିତ ପଥର ମାଡ଼ ମଧ୍ୟ ହୋଇଥିଲା ।
ଏହି ସମୟରେ ପଡୋଶୀ ସତ୍ୟପ୍ରକାଶ ଏବଂ ସହଯୋଗୀ ପ୍ରେମଚାନ୍ଦ ଯାଦବଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ପ୍ରେମଚାନ୍ଦଙ୍କ ସମ୍ପର୍କୀୟ ଲୋକ ସତ୍ୟପ୍ରକାଶଙ୍କ ଘରେ ପହଞ୍ଚି ସତ୍ୟପ୍ରକାଶଙ୍କ ସହିତ ସ୍ତ୍ରୀ, ଦୁଇ ଝିଅ, ଏକ ପୁଅକୁ ହତ୍ୟା କରିଥିଲେ । ଏହାଛଡ଼ା ଅନ୍ୟଏକ ପୁଅ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଅର୍ଗସ ବ୍ୟୁରୋ: କଳା ସଂସ୍କୃତି ତଥା ଲୋକନୃତ୍ୟ, ଲୋକବାଦ୍ୟକୁ ନେଇ ପଶ୍ଚିମ ଓଡିଶାବାସୀ ମନରେ ଅନେକ ଉତ୍ସାହ ଭରି ଦେଇଥାଏ ଟିଟିଲାଗଡ଼ ମାଟି । ଭିନ୍ନ ଭିନ୍ନ କଳାକାରଙ୍କ ପାଖରେ ରହିଛି ଅନେକ ପ୍ରତିଭା । କେଉଁ କଳାକାର ନିଜର ପରିବାର ପୋଷଣ ପାଇଁ ଦର୍ଶକଙ୍କ ଆଗରେ କଳା ପ୍ରଦର୍ଶନ କରନ୍ତି ତ’ ଆଉ କିଏ ନିଜର ଖୁସି ପାଇଁ ନିଜର ପ୍ରତିଭା ଲୋକଙ୍କ ଆଗରେ ପ୍ରଦର୍ଶନ କରି ବେଶ୍ ଖୁସି ଅନୁଭବ କରନ୍ତି । ଏଭଳି ଜଣେ କଳାକାରଙ୍କ କଥା ଆମେ କହୁଛୁ ପେଶାରେ ସେ ଜଣେ ରେଲଓ୍ବେ କର୍ମଚାରୀ ଅଥଚ ନିଶା ତାଙ୍କର ନୃତ୍ୟ ପରିବେଷଣ ତଥା ସମାଜସେବା। ସେ ହେଉଛନ୍ତି ଟିଟିଲାଗଡ଼ ସହରର ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡ଼ଙ୍ଗୀ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମାଟିର ଜଣେ ଆଗଧାଡ଼ିର ନୃତ୍ୟଶିଳ୍ପୀ ହେଉଛନ୍ତି ସୁଚିସ୍ମିତା ଷଡ଼ଙ୍ଗୀ(ସୁଇଟି) । ସେ ଟିଟିଲାଗଡ଼ ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ ନିଜ କଳା ମାଧ୍ୟମରେ ଟିଟିଲାଗଡ଼ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ରାଜ୍ୟ ତଥା ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସେ ବେଶ୍ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ କଳାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସୁଚିସ୍ମିତାଙ୍କ ପିଲା ବେଳୁ ନୃତ୍ୟ ପ୍ରତି ଆକର୍ଷଣ ରହିଥିଲା । ସ୍କୁଲରୁ ଆରମ୍ଭ କରି କଲେଜ ପଢ଼ା ପର୍ଯ୍ୟନ୍ତ ତାଙ୍କର ପ୍ରତିଭାକୁ ଦର୍ଶକଙ୍କ ଆଗରେ ପରିବେଷଣ କରି ଅନେକ ମାନପତ୍ର, ପୁରସ୍କାର ମଧ୍ୟ ସେ ପାଇଛନ୍ତି । ତାଙ୍କ ବାପା ହେଉଛନ୍ତି ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ଓ ମା' ହେଉଛନ୍ତି ସୁଜାତା ଷଡ଼ଙ୍ଗୀ। ସୁଚିସ୍ମୀତାଙ୍କୁ ନେଇ ତାଙ୍କ ସାଙ୍ଗସାଥୀ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଚିସ୍ମିତା ଗୀତ ଗାଇବା, ଝୋଟି ଆଙ୍କିବା, ନୃତ୍ୟ ପରିବେଷଣ କରିବା ଭଳି ଅନେକ ପ୍ରତିଭାର ଅଧିକାରୀ। ସମାଜସେବାରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ରହିଛି। ପ୍ରତ୍ୟେକ ଦିନ ସକାଳୁ ଉଠି ଗଛ ଗୁଡିକର ଯତ୍ନ ମଧ୍ୟ ନିଅନ୍ତି l ତାଙ୍କ ଜେଜେମା’ଙ୍କ ଠାରୁ ପ୍ରେରଣା ପାଇବା ପରେ ଏତେ ଆଗକୁ ଆସି ପାରିଛନ୍ତି ବୋଲି ସେ କୁହନ୍ତି । ମୋ ଜେଜେମା’ ମୋ ପ୍ରଥମ ଗୁରୁ ବୋଲି ସୁଚିସ୍ମୀତା କହିଛନ୍ତି। ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ସୁଚିସ୍ମିତା । ଟିଟିଲାଗଡ଼ରେ ଏବେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଲୱେ କର୍ମଚାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ସୁଚିସ୍ମିତା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ଆସାମ, ବିହାର, ରାଜସ୍ଥାନ, ଗୁଜୁରାଟ, ହରିୟାଣା ଭଳି ଅନେକ ରାଜ୍ୟରେ ତାଙ୍କ ଲୋକ ନୃତ୍ୟ ପରିବେଷଣ କରି ପୁରସ୍କାର ହାସଲ କରି ଟିଟିଲାଗଡ଼ ମାଟିର ପାଇଁ ଗର୍ବ ଆଣିଛନ୍ତି । ତେବେ ଏଭଳି ଜଣେ ପ୍ରତିଭାଙ୍କୁ ଅଞ୍ଚଳରେ ପାଇଥିବା ଯୋଗୁଁ ଟିଟିଲାଗଡ଼ ମାଟି ଧନ୍ୟ ହୋଇଛି ବୋଲି ଲୋକେ କୁହନ୍ତି । ସୁଚିସ୍ମିତା ସମାଜସେବା କ୍ଷେତ୍ରରେ ବି ରୁଚି ରଖିଥିବା ବେଳେ ଅଙ୍ଗଦାନ ଭଳି ମହାନ୍ କାମ କରିଛନ୍ତି ।
ସୁଚିସ୍ମିତାଙ୍କ ଏଭଳି ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସେ ସବୁକ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଏନେଇ ଟିଟିଲାଗଡ଼ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ବର : ରାଜ୍ୟରେ ନବୀନ ପଟ୍ଟନାୟକଙ୍କଠୁ ଅଧିକ ଜନ ବିରୋଧୀ କିଏ । ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ । ବିଗତ ୨୩ ବର୍ଷର ଶାସନ କାଳରେ ଓଡିଶାକୁ ଗୋଟେ ପଛୁଆ ରାଜ୍ୟରେ ପରିଣତ କରିଛନ୍ତି ନବୀନ ପଟ୍ଟନାୟକ । ଆମେ ଭିତ୍ତିଭୂମି ରେ ପଛୁଆ, ଦାରିଦ୍ର୍ୟତା, ନାରୀ ନିର୍ଯ୍ୟାତନା ରେ ପ୍ରଥମ । ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ରାଜ୍ୟରେ । ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ନବୀନ ବାବୁ ଆମକୁ ଜନ ବିରୋଧୀ କହିବା ପୂର୍ବରୁ ଭାବିବା କଥା ସେ ହେଉଛନ୍ତି ସବୁଠୁ ବଡ଼ ଜନ ବିରୋଧୀ । ସେ ଜନ ବିରୋଧୀ ନ ହୋଇଥିଲେ ଜଣେ ଆଇଇଏସ୍ ଅଫିସର କୁ ଲିଜ ରେ ସରକାର ଚଳାଇବାକୁ ଦେଇଥାନ୍ତେ କି ? ଗୋଟେ ଆଇଇଏସ୍ ଅଫିସର କୁ ଲିଜ ରେ ଦେଇ ସରକାର ଚଳାଇଛନ୍ତି ନବୀନ ପଟ୍ଟନାୟକ ।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତିକୁ ନେଇ ଜୟ ନାରାୟଣ ମିଶ୍ରଙ୍କ କଡ଼ା ପ୍ରତିକ୍ରିୟା
ଗୁଜୁରାଟ ଭଳି ମରୁଭୂମି ରାଜ୍ୟ ବିକାଶର ଶୀର୍ଷରେ ପହଁଚିଥିବା ଆମେ ବିହାର ଛତିଶଗଡ଼ ସହ ତୁଳନୀୟ ହେଉଛୁ । ମୁଖ୍ୟମନ୍ତ୍ରୀ ଯଦି ବିରୋଧୀ ଦଳକୁ ଜନ ବିରୋଧୀ କହୁଛନ୍ତି ତ ଜନ ବିରୋଧୀ ମାନେ କିପରି ବିଧାନସଭା ରେ ବସିବେ । ସେଇଟା ଭାବିବା କଥା । ଗୋଟେ ଦାୟିତ୍ୱ ହୀନ ମନ୍ତବ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମେ କେଉଁ ଅପ ପ୍ରଚାର କଲୁ ତାହାର ପ୍ରମାଣ ଦେବେ କି । ଆମେ ତ ତାଙ୍କୁ ଭଲ କହୁଛୁ । ଖାଲି ଓଡିଶା ପାଇଁ କଳଙ୍କ ହୋଇଛନ୍ତି ଟିକିଏ । ସେଥିରୁ ସେ ଅପସରି ଯାଆନ୍ତୁ । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ । ନବୀନ ବାବୁ ଚିନ୍ତିତ ଅଛନ୍ତି । ନ ହେଲେ ଏତେ ଦିନ ହେବ କହୁ ନଥିଲେ ଆଜି କାହିଁ କହୁଛନ୍ତି । ତାଙ୍କର କର୍ମ ଯୋଗୁ ସେ ଚିନ୍ତିତ ଅଛନ୍ତି । ସେଥିପାଇଁ ସେ ଧର୍ଯ୍ୟହରା ହୋଇ ଏପଟ ସେପଟ କଥା କହୁଛନ୍ତି ।