ଯାହାକୁ ନେଇ ଏସ ଜୟ ଶଙ୍କର କହିଥିଲେ, ବାଂଲାଦେଶ ଉଭୟ ଭାରତ ଏବଂ ଚୀନ ସହ ସୁସଂପର୍କ ରଖିଥିଲା । ସେଥିପାଇଁ ଭାରତକୁ ବିଶେଷ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ । ପୂର୍ବରୁ ଆଫଗାନିସ୍ଥାନକୁ ତାଲିବାନ ମାନେ ନିଜ ଆୟତ୍ତକୁ ଆଣି ଶାସନ କରିବା ନେଇ ଭାରତର ମଧ୍ୟ ଚିନ୍ତା ବଢିଥିଲା । କିନ୍ତୁ ଧିରେ ଧିରେ ଆଲୋଚନା ପରେ ଏକ ଭଲ ସଂପର୍କ ତିଆରି ହୋଇଥିଲା । ଭାରତକୁ ଆଫଗାନିସ୍ଥାନର ତାଲିବାନ ଶାସନ ପସନ୍ଦ ନଥିଲେ ମଧ୍ୟ ଦେଶର ସଂପର୍କ ସ୍ଥାପନ କରିବା ପାଇଁ ଆଫଗାନିସ୍ତାନ ସହ ସଂପର୍କ ତିଆରି କରିବାକୁ ପଡିଥିଲା ।
ସେହପରି ଭାରତର ସଂପର୍କ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଭଲ ଥିଲେ ମଧ୍ୟ ବାଂଲାଦେଶରେ ଶାସନ କରୁଥିବା ସେନାଙ୍କ ସହ ଭଲ ସଂପର୍କ ରହିଛି । ତେଣୁ ପଡୋଶୀ ଦେଶରେ ଯିଏ ବି ଶାସନ ଭାର ଗ୍ରହଣ କରନ୍ତି, ତାହାକୁ ଆମକୁ ଗ୍ରହଣ କରି ଭଲ ସଂପର୍କ ରଖିବାକୁ ପଡିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର । କାରଣ ଏବେ ବାଂଲାଦେଶରେ ପାଖାପାଖି ୨୦ ହଜାର ଭାରତୀୟ ଅଛନ୍ତି । ଏବଂ ୮ ହଜାର ଭାରତୀୟ ଘରକୁ ଫେରିଛନ୍ତି । କିଛି ବି ପରିସ୍ଥିତିରେ ସରକାର ଉଚିତ ବ୍ୟବସ୍ଥା କରିପାରିବ ।
ସେହିପରି ଏହି ଆନ୍ଦୋଳନ ପଛରେ ପାକିସ୍ତାନର ହାତ ଅଛି ବୋଲି ମଧ୍ୟ କୁହାଯାଉଛି । କାରଣ ଶେଖ ହସିନାଙ୍କ ଶାସନ ପୂର୍ବରୁ ପାକିସ୍ତାନର ମନମୁଖୀ ଶାସନ ବାଂଲାଦେଶରେ ଚାଲୁଥିଲା । କିନ୍ତୁ ଶେଖ ହସିନା ସରକାର ଆସିବା ପରେ ଏହା ବନ୍ଦ ହୋଇ ଯାଇଥିଲା । ଏବଂ ବାଂଲାଦେଶରେ ଥିବା ଜମାତେ ଇସଲାମୀ ସଂଗଠନରେ ପାକିସ୍ଥାନର ହାତ ଥିଲା। ତେଣୁ ଏହି ଆନ୍ୋଳନରେ ପାକିସ୍ଥାନ ଭୂମିକା ଥିବା ମଧ୍ୟ ସୂଚନା ରହିଛି ।
ଅଧିକ ପଢନ୍ତୁ : ଶେଖ୍ ହସିନାଙ୍କ ପରେ କିଏ ହେବ ବାଂଲାଦେଶର ପ୍ରଧାନମନ୍ତ୍ରୀ ?
ଏଥିସହ ଏହା ମଧ୍ୟ ଶୁଣିବାକୁ ମିଳିଛି ବାଂଲାଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ମହମ୍ମଦ ୟୁନସ , ୨୦୦୮ ର ନୋବେଲ ପୁରସ୍କାର ବିଜେତାଙ୍କୁ ଦାୟିତ୍ବ ଦିଆଯିବ । କାରଣ ବାଂଲାଦେଶ ଲୋକଙ୍କର ତାଙ୍କ ପ୍ରତି ଅଧିକ ସମର୍ଥନ ରହିଛି । ତେବେ ଆଗାମୀ ଦିନରେ ପରିସ୍ଥିତିକୁ ଦେଖି ଭାରତ ସରକାର ସଠିକ ମୁକାବିଲା କରିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।