ଆହୁରି ପଢନ୍ତୁ: ଦୁଇ ବର୍ଷ ପରେ ଆମେରିକାକୁ ଆମ୍ବ ପଠାଇଲା ଭାରତ
ଘର ମଲିହାବାଦ । ବୟସ 83 ବର୍ଷ । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ହାଜି । ପାଠ ପଢାରେ ମନ ନଲାଗିବାରୁ ସେ ବାପାଙ୍କ ସହ ନର୍ସରୀରେ କାମ କରିବାକୁ ଲାଗିଲେ । 17 ବର୍ଷ ବୟସରେ ସେ ପ୍ରଥମେ ଏକ ଗଛ ଗ୍ରାଫ୍ଟିଂ ଜରିଆରେ ଲଗାଇଥିଲେ । ଯେଉଁଥିରେ ଫଳିଥିଲା 7 କିସମର ଆମ୍ୱ । ହେଲେ ବର୍ଷା ଜୋର୍ ରେ ହେବାରୁ ଗଛଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେ 19 87 ମସିହାରେ ସେ ଏହି ବୃକ୍ଷ ଲଗାଇଥିଲେ । ପ୍ରଥମ ଥର ଏଥିରେ ଫଳିଥିଲା ଏକାସାଙ୍ଗରେ 13 କିସମର ଆମ୍ବ ।
ଅଧିକ ପଢନ୍ତୁ: ଆମ୍ବ କିଲୋ ୨ ଲକ୍ଷ, ଗଛ ଜଗୁଛନ୍ତି ସିକ୍ୟୁରିଟିଗାର୍ଡ
ଏହାପରେ ଧିରେ ଧିରେ ସେ 300 ରୁ ଅଧିକ କିସମର ଆମ୍ବ ଫଳାଇବାକୁ ସକ୍ଷମ ହୋଇଥିଲେ । ତାଙ୍କର ଏହି ଚମତ୍କାର ବିଷୟରେ ଜାଣିବା ପାଇଁ ଜାପାନ ଓ ଆମେରିକାର ଏକ ଟିମ୍ ତଥ୍ୟ ହାସଲ କରିବାକୁ ତାଙ୍କ ପାଖକୁ ଆସିଥିଲା । ସେ କୁହନ୍ତି ଏହି ବୃକ୍ଷ ଆମ୍ବର ଏକ କଲେଜ । ଯାହା ଉପରେ ଅଧ୍ୟୟନ କରାଯାଇପାରିବ । ଅନ୍ୟପଟେ ଏଥର ଆଉ 20 ରୁ 25 କିମସର ଆମ୍ବ ଫଳିବ ବୋଲି ସେ କହିଛନ୍ତି ।
ତାଙ୍କର ଏଭଳି ଅଦ୍ଭୁତ ପ୍ରୟାସ ଲାଗି 2008 ରେ ତତକାଳୀନି ରାଷ୍ଟ୍ରପତି ପ୍ରତିଭା ପାଟିଲ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।