କଳା ଟମାଟୋର କୁ ଇଂରାଜୀରେ ଇଣ୍ଡିଗୋ ରୋଜ ଟମାଟୋ କୁହାଯାଇଥାଏ। ଏହି ଚାଷର ଆରମ୍ଭ ପ୍ରଥମେ ଇଂଲଣ୍ଡରେ ହୋଇଥିଲା। ଏହାର ଶ୍ରେୟ, ରେ ବ୍ରାଉନ୍ ଙ୍କୁ ଯାଉଛି। ରେ ବ୍ରାଉନ୍ ଜେନେଟିକ୍ ମ୍ୟୁଟେସନ ମାଧ୍ୟମରେ କଳା ଟମାଟୋରର ପ୍ରସ୍ତୁତି କରିଥିଲେ। ୟୁରୋପର ମାର୍କେଟରେ ଏହାକୁ ସୁପର ଫୁଡ ବୋଲି କୁହାଯାଇଥାଏ। ଇଂଲଣ୍ଡରେ ଏହାର ସଫଳତା ପରେ ଏବେ ଭାରତରେ ଏହାର ଚାଷ ଆରମ୍ଭ ହୋଇଛି। ଏହି ଚାଷ ଗୁରୁଜାରଟରେ ଆରମ୍ଭ ହୋଇଛି।
ଜାନୁଆରୀ ମାସ ହେଉଛି କଳା ଟମାରଟୋର ଚାଷ କରିବାର ସର୍ବତ୍ତୋମ ମାସ। ଜାନୁଆରୀର କ୍ଷେତରେ ଏହାର ମଞ୍ଜି ବୁଣିଲେ ଏହାର ଅମଳ ମାର୍ଚ୍ଚ- ଏପ୍ରିଲ ଆଡକୁ ହୋଇଯାଇଥାଏ। ନାଲି ଟମାଟୋ ଚାଷରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି କଳା ଟମାଟୋ ଚାଷରେ ମଧ୍ୟ ସେତିକି ଖର୍ଚ୍ଚ। କେବଳ କଳା ଟମୋଟର ମଞ୍ଜି ପାଇଁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ। ଏହି ଚାଷରୁ ଚାଷୀ ଆରାମରେ ୪-୫ ଲକ୍ଷ ଟଙ୍କାର ଲାଭ କରିପାରିବ।
ଅଧିକ ପଢନ୍ତୁ କୃଷି ଓ କୃଷକ ଖବର