ସେଫୁଲଙ୍କ ସମ୍ପର୍କୀୟ ଛେଳିକୁଟିକୁ ପାରମ୍ପରିକ ପୋଷାକ ପିନ୍ଧାଇବା ସହ ବୈଦିକ ରୀତିନୀତି ଅନୁସାରେ ବାହାଘର ହେଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ବାହାଘରରେ ସେଫୁଲ ୧୧୭ ଟଙ୍କା ଯୌତୁକ ମଧ୍ୟ ଆଣିଛନ୍ତି। ତେବେ ଏ ବିବାହ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ବାହାଘରରେ ସେ କେବଳ ଅଭିନୟ କରୁଛନ୍ତି, କେବଳ ସୋସିଆଲ ମିଡିଆରେ ଫେମସ୍ ହେବା ପାଇଁ ବୋଲି କହିଛନ୍ତି ସେଫୁଲ୍।
ସୋସିଆଲ ମିଡିଆରେ ହାଇଲାଇଟ୍ ହେବା ପାଇଁ ଛେଳି ସହ ବିବାହ

ନୂଆଦିଲ୍ଲୀ: ଚର୍ଚ୍ଚାକୁ ଆସିବା ପାଇଁ ଛେଳିକୁ ବିବାହ କଲେ ଯୁବକ। ଇଣ୍ଡୋନେସିଆର ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ହାଇଲାଇଟ୍ ହେବା ପାଇଁ ଛେଳିକୁ ନିଜର ଜୀବନ ସାଥି ବାଛି ନେଇଛନ୍ତି। ବେଞ୍ଜେଙ୍ଗ ଜିଲ୍ଲା ଗ୍ରେସିକ୍ର କ୍ଲାମ୍ପୋକ୍ ଗ୍ରାମର ସେଫୁଲ ଆରିଫ୍ ଯାହାଙ୍କ ବୟସ ୪୪ ବର୍ଷ ସେ ଶ୍ରୀ ରାହାୟୁ ବିନ୍ ବେଜୋ ନାମରେ ଏକ ମାଈ ଛେଳିକୁ ଗତ ୫ ତାରିଖରେ ବାହା ହୋଇଛନ୍ତି।
Download Argus News App
