ଆଉ ତା ପରେ ରାହୁଲ ବଜାଜଙ୍କ ପାଇଁ ଏ ଧାଡିଟି ପାଲଟିଗଲା ଏକ ବୈପ୍ଲବିକ ଆହ୍ବାନ। ପିତା କମଳନୟନଙ୍କ ଗାଡି ବ୍ୟବସାୟକୁ ଆଗକୁ ବଢାଇଲେ ରାହୁଲ। ଆଉ ଏହି ବ୍ୟବସାୟ ଏମିତି ବଢିଲା ଯେ, BAJAJ ଭାରତୀୟଙ୍କ ପାଇଁ ପାଲଟିଗଲା ଗୋଟିଏ ବଡ଼ ବ୍ରାଣ୍ଡ।
୯୦ ଦଶକରେ ଦୁଇ ଚକିଆ ଗାଡିର ପ୍ରାବଲ୍ୟ ଥିଲା କହିଲେ ଟିକେ ଭୁଲ ହେବ। କାରଣ ସେତେବେଳେ ଆଜି ଭଳି ଘରେ ଘରେ ଦୁଇ ଚକିଆ ଯାନର ବ୍ୟବହାର ନ ଥିଲା। ଦୁଇ ଚକିଆ ଭଲ ଗାଡି କହିଲେ Bajaj ସ୍କୁଟର ବା Bajaj ଚେତକ କଥା ମନକୁ ଆସିବ। ସେହି ଗାଡି ଚଳାଇବାରେ ଯେଉଁ ମଉଜ ଥିଲା ସମ୍ଭବତଃ ଆଜିର KTM ରେ ନାହିଁ। ଆଜିର ଅନେକ ପ୍ରାପ୍ତ ବୟସ୍କଙ୍କ ସ୍କୁଲ ଯିବା ସ୍ମୃତି ସହ ବାପାଙ୍କ ସ୍କୁଟରର କାହାଣୀଟିଏ ଯୋଡା ହୋଇଥିବ ନିଶ୍ଚୟ।
ପ୍ରସିଦ୍ଧ ଉଦ୍ୟାଗପତି ରାହୁଲ ବଜାଜଙ୍କ ସ୍ବପ୍ନର ପ୍ରକଳ୍ପ ଦିନେ ସାରା ଦେଶକୁ ୨ ଚକିଆ ଚଳେଇବାରେ ଅଭ୍ୟସ୍ତ କରାଇଥିଲା।
ଆଜି ଗୋଟିଏ ଯୁଗର ଅବସାନ ଘଟିଲା। ୮୩ ବର୍ଷ ବୟସରରେ ପରଲୋକ ଗମନ କରିଛନ୍ତି ଭାରତୀୟ ଉଦ୍ୟୋଗର ଅନ୍ୟତମ ମାଇଲଖୁଣ୍ଟ ଶିଳ୍ପପତି ପଦ୍ମଭୁଷର ରାହୁଲ ବଜାଜ। ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲା ରାହୁଲ ପୁଣେରେ ଆଜି ପରଲୋକ ବରଣ କରିଛନ୍ତି।
ରାହୁଲ ବଜାଜଙ୍କ ପରିବାର ୪ ପିଢୀ ଧରି ଭାରତୀୟ ଉଦ୍ଦ୍ୟୋଗକୁ ରୁଦ୍ଧିମନ୍ତ କରିଛନ୍ତି। ରାହୁଲଙ୍କ ପିତା କମଳନୟନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଏକଦା ଗୋଟିଏ ସ୍କୁଲରେ ପାଠ ପଢୁଥିଲେ। ଦୁହେଁ ଭଲ ବନ୍ଧୁ ମଧ୍ୟ ଥିଲେ। ୧୯୩୮ ମସିହା ଜୁନ୍ ୧୦ରେ ଜନ୍ମଗ୍ରହଣ କରିଥିଲେ ରାହୁଲ। ପାଠ ପଢା ସରିବା ୧୯୬୫ରେ ରାହୁଲ, ବଜାଜ କମ୍ପାନୀର କମାଣ ଧରନ୍ତି। ଆଉ ଅକସ୍ମାତ କମ୍ପାନୀର ଟର୍ଣ୍ଣ ଓଭର ବଢିଯାଏ ୭ କୋଟିରୁ ୧୨ କୋଟିକୁ। ବଜାଜ ସ୍କୁଟରର ବିକ୍ରୟ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଏ। କମ୍ପାନୀ ୩ ଚକିଆ ଅଟୋ ନିର୍ମାଣରେ ମଧ୍ୟ ସଫଳତା ପାଏ। ଯେଉଁ ଅଟୋ ଆଜି ଆପଣ ଦେଖୁଛନ୍ତି ତାହା ମଧ୍ୟ ଥିଲା ରାହୁଲ ବଜାଜଙ୍କ ସ୍ବପ୍ନର ପ୍ରକଳ୍ପ।
୫୦ ବର୍ଷ ବୟସ ପର୍ଯ୍ୟନ୍ତ କମ୍ପାନୀର ମଙ୍ଗ ସମ୍ଭାଳନ୍ତି ରାହୁଲ। ସମ୍ପ୍ରତି ବଜାରର ଅନେକ ୨ ଚକିଆ ଯାନ ଗଡୁଛି। ଦାମୀକା ଗାଡିର ଭିଡ ଭିତରେ ହୁଏତ ଚେତକ ସ୍କୁଟର ହଜିଯାଇଛି। କିନ୍ତୁ ମନେ ରହିବ ସ୍କୁଟର ଚଳାଇବା ଆଉ ସ୍କୁଟରେ ବସିବାର ମଉଜ। ମନେ ପଡିବେ ପ୍ରସିଦ୍ଧ ଉଦ୍ଦ୍ୟୋଗପତି ରାହୁଲ ବଜାଜ।