ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୧୮ ତାରିଖକୁ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ରୂପେ ପାଳନ କରାଯାଏ । ଆନ୍ତର୍ଜାତୀୟ ସଂଗ୍ରହାଳୟ ପରିଷଦ ପକ୍ଷରୁ ୧୯୭୭ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ଚଳିତ ବର୍ଷ ଏହାର ଥିମ ରହିଛି ସଂଗ୍ରହାଳୟ, ସ୍ଥିରତା ଏବଂ ସୁସ୍ଥତା । ତେବେ ଓଡିଶାର ମଧ୍ୟ ରହିଛି ଅନେକ ପ୍ରସିଦ୍ଧ ସଂଗ୍ରହାଳୟ । ଯେଉଁଠି ଓଡିଶାର ଐତିହ, ଓଡିଶାର ପ୍ରାଚୀନ ସଂସ୍କୃତି ପରମ୍ପରାର କିଛି ଅଂଶ ସ୍ମୃତି ଆକାରରେ ରଖାଯାଇଛି ।
ଆସନ୍ତୁ ଜାଣିବା ଓଡିଶାର କିଛି ପ୍ରସିଦ୍ଧ ସଂଗ୍ରହାଳୟ ବିଷୟରେ ଆମର ସ୍ପେଶାଲ ରିପୋର୍ଟ ।
ଓଡିଶା ରାଜ୍ୟ ସଂଗ୍ରହାଳୟ
ଓଡିଶାର ପ୍ରସିଦ୍ଧ ସଂଗ୍ରହାଳୟ ଭିତରେ ଆସେ 'ଓଡିଶା ରାଜ୍ୟ ସଂଗ୍ରହାଳୟ' । ଭୁବନେଶ୍ୱରରେ ରହିଛି ଏହି ସଂଗ୍ରହାଳୟ । ୧୯୩୨ ମସିହାରେ ରାଜ୍ୟ ସଂଗ୍ରହାଳୟ ସ୍ଥାପିତ ହୋଇଥିଲା । ଏବଂ ୧୯୬୦ ମସିହାରେ ଏହା ନବୀକରଣ ହୋଇଥିଲା ।
ଏହି ସଂଗ୍ରହାଳୟରେ ଓଡିଶାର ପ୍ରତ୍ନତତ୍ତ୍ୱ,ପ୍ରାକୃତିକ ଇତିହାସ ବିଜ୍ଞାନ, ପଟ୍ଟଚିତ୍ର, ତାଳପତ୍ର ପୋଥି, ଓଡିଶାର ମୂଦ୍ରାଶାସ୍ତ୍ର ଆଦି ସ୍ଥାପିତ ହୋଇଛି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଛି ।
ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ
ଏହି ସଂଗ୍ରହାଳୟକୁ କଳାଭୂମି ମଧ୍ୟ କୁହାଯାଏ । ଏହି ସଂଗ୍ରହାଳୟର ରହିଛି ପାରମ୍ପାରିକ ଚିତ୍ରକଳା,ପଥର ଏବଂ କାଠ ଖୋଦେଇ କଳା , ପ୍ରାକୃତିକ ତଥା ଆଦିବାସୀ ହସ୍ତଶିଳ୍ପ । ଏବଂ ପାରମ୍ପାରିକ ବସ୍ତ୍ର । ୨୦୧୮ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା । ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ପ୍ରଦର୍ଶନୀ ସଜାଇ ହୋଇ ରହଥାଏ ।
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ
ଲୋକପ୍ରିୟ ସ୍ୱାଧୀନତା ସଂଗ୍ରାମୀ ତଥା ଜଣେ ଆଦର୍ଶବାନ ପୁରୁଷ ଥିଲେ ସୁବାଷ ବୋଷ । ତାଙ୍କର ଜୀବନଚର୍ଯ୍ୟା, ତାଙ୍କ ଜୀବନଶୈଳୀର କିଛି ଅଂଶକୁ ତାଙ୍କର ଜନ୍ମସ୍ଥାନ କଟକଠାରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ସ୍ଥାପିତ କରାଯାଇଛି । ଏଠାରେ ତାଙ୍କ ଉପରେ ଲିଖିତ ବହି ତଥା ଆସବାବପତ୍ର ଆଦି ରଖାଯାଇଛି।
ପ୍ରାକୃତିକ ଇତିହାସ ସଂଗ୍ରହାଳୟ
ବିଭିନ୍ନ ରାଜ୍ୟର ଜୈବ ବିବିଧତାକୁ ସଂଗ୍ରହ କରାଯାଇ ଏହି ସମଗ୍ରହାଳୟରେ ସ୍ଥାପିତ କରାଯାଇଛି.ଭୁବନେଶ୍ୱରର ଆଚାର୍ଯ୍ୟ ବିହାରଠାରେ ରହିଛି ଏହି ସଂଗ୍ରହାଳୟ। ୧୯୯୪ ମସିହାରେ ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ସ୍ଥାପିତ କରାଯାଇଥିଲା । ଲୋପ ପାଇ ଯାଇଥିବା ବନ୍ୟଜନ୍ତୁଙ୍କ ଜୀବାଶ୍ମ ଏଠାରେ ପ୍ରଦର୍ଶନୀ ପାଇଁ ରଖାଯାଇଛି । ଏଥିସହ ଅନ୍ୟ ଜୀବଜନ୍ତୁଙ୍କ କଙ୍କାଳ, ଖପୁରୀ ମଧ୍ୟ ଏଠାରେ ରଖାଯାଇଛି । ଯାହାକୁ ଦେଖିବାକୁ ଛୋଟ ପିଲାଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳେ ।
ସୁଦର୍ଶନ ହସ୍ତଶିଳ୍ପ ସଂଗ୍ରହାଳୟ
ଏହି ସଂଗ୍ରହାଳୟ ପୁରୀ ଜିଲ୍ଲାରେ ଅବସ୍ଥିତ । ଓଡିଶାର ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଏବଂ କଳାକୃତିକୁ ଏହି ସଂଗ୍ରହାଳୟରେ ପ୍ରଦର୍ଶନୀ ପାଇଁ ରଖାଯାଇଛି । ସୁଦର୍ଶନ ପଟ୍ଟନାୟକ ଏବଂ ଅନ୍ୟ କିଛି ଶିଳ୍ପୀମାନେ ମିଶି ଏହି ସଂଗ୍ରହାଳୟ ୧୯୭୭ ମସିହାରେ ସ୍ଥାପିତ କରିଥିଲେ । ଏହି ସଂଗ୍ରହାଳୟରେ ବିଭିନ୍ନ ପ୍ରକାର କଳାକୃତି, ହସ୍ତଶିଳ୍ପ, କାଠ ଏବଂ ପଥରରେ ଖୋଦିତ କାରୁକାର୍ଯ୍ୟ, ଫାଇବର ଗ୍ଲାସ, ବିଭିନ୍ନ ଚିତ୍ର ଆଦି ପ୍ରଦର୍ଶନୀ ପାଇଁ ରଖାଯାଇଛି । ସଂଗ୍ରହାଳୟ ଭିତରେ ଏକ ବୁଦ୍ଧ ମନ୍ଦିର ରହିଛି ।
କୋଣାର୍କ ସଂଗ୍ରହାଳୟ
ଦେଶବିଦେଶର କଳା ସ୍ଥାପତ୍ୟ ସ୍ଥାନ ପାଇଛି ଏହି ସଂଗ୍ରହାଳୟରେ । କୋଣାର୍କ ସଂଗ୍ରହାଳୟ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା । କୋଣାର୍କର ଭଗ୍ନାବଶେଷ ଏହି ମନ୍ଦିରରେ ସ୍ଥାନ ପାଇଛି । ଏଥିସହ ସୂର୍ଯ୍ୟ ଦେବତାଙ୍କ ପ୍ରସ୍ତର ମୂର୍ତ୍ତୀ, ବରାହ ଏବଂ ନରସିଂହଙ୍କ ପ୍ରସ୍ତର ମୂର୍ତ୍ତୀ ମଧ୍ୟ ଏଠାରେ ସ୍ଥାପିତ କରାଯାଇଛି ।
⦁ ପ୍ରତ୍ନତତ୍ୱ
⦁ ସୂତ୍ରଲିପି ଉତ୍କିରଣବିଦ୍ୟା
⦁ ମୁଦ୍ରାଶାସ୍ତ୍ର
⦁ ଶସ୍ତ୍ରାଗାର
⦁ ଖନନ ଓ ଭୂବିଜ୍ଞାନ
⦁ ପ୍ରାକୃତିକ ଇତିହାସ ବିଜ୍ଞାନ
⦁ କଳା ଓ ଶିଳ୍ପ
⦁ ସମକାଳୀନ କଳା
⦁ ପଟ୍ଟଚିତ୍ର
⦁ ନୃବିଦ୍ୟା ଓ ତାଳପତ୍ର ପୋଥି
ଆହୁରି ପଢନ୍ତୁ ଓଡିଶା ଖବର...