ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଇଂଟରନ୍ୟାସନାଲ ସ୍ପାମ କଲକୁ ନେଇ ସରକାର ମେଟା କମ୍ପାନୀର ଇନଷ୍ଟାଂଟ ମ୍ୟାସେଜିଂ ପ୍ଲାଟଫର୍ମକୁ ନୋଟିସ ପଠାଇବେ ।ଶ୍ରୀ ଚନ୍ଦ୍ରଶେଖର ଆହୁରି କହିଛନ୍ତି ଯେ ଡିଜିଟାଲ ନାଗରିକ ମାନଙ୍କର ସୁରକ୍ଷାର ସୁନିଶ୍ଚିତ କରିବା ଡିଜିଟାଲ ପ୍ଲାଟଫର୍ମ ମାନଙ୍କର ଦାୟିତ୍ୱ । ତେଣୁ ସରକାର ଏହାର ଅପ ବ୍ୟବହାର କିମ୍ବା ବ୍ୟବହାର କାରୀ ମାନଙ୍କର ଗୋପନୀୟତାର ଉଲ୍ଲଂଘନ ସମ୍ପର୍କିତ ଉଦାହରଣର ଜବାବ ଦିଆଯିବ ।ଅନ୍ୟ ପକ୍ଷରେ ହ୍ୱାଟସଆପ ପକ୍ଷରୁ ଲୋକ ମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ଆନ୍ତର୍ଜାତିକ ନମ୍ବରରୁ କଲ କୁ ସେମାନେ ସ୍ୱୀକାର କରନ୍ତୁ ନାହିଁ ।
ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ମନ୍ତ୍ରଣାଳୟ ଏହି ମାମଲା ଗୁଡିକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି । ଖୁବ ଶୀଘ୍ର କମ୍ପାନୀକୁ ନୋଟିସ ଜାରୀ କରାଯିବ ।
ପବ୍ଲିକ ଏଫେୟାର୍ସ ଫୋରମ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ମାନେ ତାଙ୍କୁ ଏ ସମ୍ପର୍କିତ ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନର ଉତରରେ ଶ୍ରୀ ଚନ୍ଦ୍ରଶେଖର ଏହା କହିଛନ୍ତି। ଚନ୍ଦ୍ରଶେଖର ଆହୁରି କହିଛନ୍ତି ଯେ ସରକାର ପ୍ରିଲୋଡେଡ ଆପ୍ସ ପାଇଁ କେଉଁ ଭଳି ଅନୁମତି ହେବା ଆବଶ୍ୟକ ସେ ନେଇ ଗାଇଡଲାଇନ ଜାରୀ କରିବାକୁ ବିଚାର କରୁଛି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ବ୍ୟବହାରକାରୀ ମାନଙ୍କର ସୁରକ୍ଷା ଓ ବିଶ୍ୱାସକୁ ସୁନିଶ୍ଚିତ କରିବା ଏହି ପ୍ଲାଟଫର୍ମ ଗୁଡିକର ଦାୟିତ୍ୱ ।
ସେ କହିଛନ୍ତି ଯେ ମୁଁ ବାରମ୍ବାର କହିଛି ଯେ ଖୋଲାପଣର ବିଶ୍ୱାସ, ସୁରକ୍ଷା ଓ ଉତ୍ତରଦାୟିତ୍ୱ ଉକ୍ତ ପ୍ଲାଟଫର୍ମ ମାନଙ୍କର ଦାୟିତ୍ୱ, ଯେଉଁ ମାନେ ଡିଜିଟାଲ ନାଗରିକ ମାନଙ୍କ ନିକଟକୁ ଏହା ପହଂଚାଇଥାନ୍ତି । ।ଦି ସ୍ପାମ ଏଭଳି କୌଣସି ପ୍ରସଙ୍ଗ ତେବେ ଏହା ନିଶ୍ଚିତ ରୂପେ ହ୍ୱାଟସଆପ କମ୍ପାନୀ ଏହି ପ୍ରସଙ୍ଗକୁ ଦେଖିବା ଉଚିତ ଥିଲା । ଯେକୌଣସି ମେସଂଜର ପ୍ଲାଟଫର୍ମକୁ ଏଭଳି ବିଷୟ ଗୁଡିକ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: