ନୂଆଦିଲ୍ଳୀ: ଭାରତର ପଡ଼ୋଶୀ ନେପାଳ ଓ ଭୁଟ୍ଟାନ ଯିବା ପାଇଁ ଆଧାର କାର୍ଡକୁ ବିକଳ୍ପ ଭାବେ ବ୍ୟବହାର କରିପାରିବେ । ୧୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟ ନାଗରିକମାନେ ଆଧାର ସହାୟତାରେ ନେପାଳ ଓ ଭୁଟ୍ଟାନ ଯିବା ପାଇଁ ଅନୁମତି ପାଇପାରିବେ ।
ଏହାସହ ସେମାନଙ୍କ ପାଖରେ ପାସପୋର୍ଟ ଥିବା ଆବଶ୍ୟକ । ପୂର୍ବରୁ ଭୋଟର ଆଇଡି, ପାନ୍ କାର୍ଡ, ଡିଏଲ୍, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ ଆଦିକୁ ଭିସାର ବିକଳ୍ପ ଭାବେ ମାନ୍ୟତା ମିଳିଥିଲା ବେଳେ ଏବେ ଆଧାରକୁ ସେହି ବର୍ଗରେ ସାମିଲ୍ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଭୁଟ୍ଟାନର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ୬୦ ହଜାର ଭାରତୀୟ କାମ କରୁଛନ୍ତି । ପ୍ରତିଦିନ ୮ ରୁ ୧୦ ହଜାର ଶ୍ରମିକ ଯିବା ଆସିବା କରୁଛନ୍ତି । ନେପାଳରେ ୬ ଲକ୍ଷ ଭାରତୀୟ ରହୁଛନ୍ତି । ତେବେ ଭିସା ନିୟମରେ କୋହଳ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରିଛନ୍ତି କେନ୍ଦ୍ର ସରକାର ।
ଅର୍ଗସ ବ୍ୟୁରୋ : ପାରାଦୀପକୁ ମାଛ ଧରିବାକୁ ଯାଇ ୨ ମତ୍ସ୍ୟଜୀବୀ ନିଖୋଜ । ଯାହାକୁ ନେଇ ବାସୁଦେବପୁର ଥାନାରେ ଅଭିଯୋଗ ଆଣିଲେ ପରିବାର ଲୋକ । ନିଖୋଜ ମତ୍ସ୍ୟଜୀବୀ ଦୁଇଜଣ ହେଲେ ସୁନୀଲ ମଳିକ ଓ ସୁରେନ୍ଦ୍ର ମଳିକ । ପାରାଦୀପ ଠାରେ ବୋଟରେ ଡ୍ରାଇଭର ଭାବେ କାମ କରୁଥିବା ମନ୍ଦାରି ଅଞ୍ଚଳର ଜଣେ ବ୍ୟକ୍ତି ବାସୁଦେବପୁର ପୌରପାଳିକାର ମନ୍ଦାରି ଗାଁରୁ ୨ଜଣ ମତ୍ସ୍ୟଜୀବୀଙ୍କୁ ସାଙ୍ଗରେ ନେଇଥିଲେ । ହେଲେ ସେ ଫେରି ଆସିବା ପରେ ଅନ୍ୟ ୨ ମତ୍ସ୍ୟଜୀବୀ ମାନେ ଘରକୁ ଫେରିନଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୨ ଦିନ ତଳେ ପାରାଦୀପ ଠାରେ ଏକ ମାଛ ଧରା ବୋଟ ବୁଡି ଯାଇଥିବାବେଳେ ୩ଜଣ ମତ୍ସ୍ୟଜୀବୀ ନିଖୋଜ ହେଇଯାଇଥିଲେ । ଘଟଣା ଜଣାପଡିବା ପରେ ଆଜି ବାସୁଦେବପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ମତ୍ସ୍ୟଜୀବୀ ନିଖୋଜ ନେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ପ୍ରଥମେ ପରିବାର ଲୋକଙ୍କ ଏତଲା ରଖିନଥିଲେ । ଯାହାକୁ ନେଇ ଥାନା ପରିସରରେ ଶୋକକୁଳ ପରିବେଶ ସୃଷ୍ଟି ହେଇଥିଲା । ପରେ ପରିବାର ପକ୍ଷରୁ ଭଦ୍ରକ SDPOଙ୍କୁ ଜଣାଇବା ପରେ ପୋଲିସ ଏତଲା ରଖିଥିଲା ।
ଅର୍ଗସ ବ୍ୟୁରୋ: ବିଶ୍ୱ ପଟଳରେ ପୁଣି ଓଡ଼ିଶାର ଗୌରବ ରଖିଲେ ଓଡ଼ିଆ କୃଷି ବୈଜ୍ଞାନିକ ଡକ୍ଟର ସ୍ୱାତୀ ନାୟକ । ବିଶ୍ଵ ଖାଦ୍ୟ ପୁରସ୍କାର ସଂସ୍ଥା ତରଫରୁ field research ଏବଂ application ପାଇଁ ସମ୍ମାନ ଜନକ ନରମାନ ବୋରଲଗ ଫିଲଡ଼ ପୁରସ୍କାର ପାଇବା ପାଇଁ ସେ ମୋନୋନିତ ହୋଇଛନ୍ତି। ସେ ଭାରତର ଦ୍ଵିତୀୟ ଏବଂ ଓଡ଼ିଶା ର ପ୍ରଥମ ମହିଳା କୃଷି ବୈଜ୍ଞାନିକ ଭାବେ ଏହି ପୁରସ୍କାର ଗ୍ରହଣ କରିବେ। ଅକ୍ଟୋବର ମାସ ରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଯୁକ୍ତ ରାଷ୍ଟ୍ର ଆମେରିକା ର lowa state capital ରେ ଅନୁଷ୍ଠିତ ହେବାକୁ ଯାଉଛି।
ଯେଉଁଥିରେ ଭାଗ ନେଇ ପୁରସ୍କାର ଗ୍ରହଣ କରିବେ dr Swati Nayak।ଯୁବ ବୈଜ୍ଞାନିକ ଭାବେ ଏହି ପୁରସ୍କାର ପାଇଥିବାରୁ ସେ ଗୌରବ ଅନୁଭବ କରୁଥିବା କହିଛନ୍ତି। ସେ ବର୍ତ୍ତମାନ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା ରେ କୃଷି ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ୱାତୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡାର ସମ୍ପର୍କ ଦିନକୁ ଦିନ ଆହୁରୀ ତିକ୍ତ ହେଉଛି । ଭାରତ ଆସୁଥିବା ପର୍ଯ୍ୟଟକଙ୍କୁ କାନାଡା ପକ୍ଷରୁ ସର୍ତକତା ଜାରି କରିଵା ପରେ ଭାରତ କାନାଡା ଭିସା ଉପରେ ପ୍ରତିଵନ୍ଧକ ଲଗାଇଛି । ପରଵର୍ତ୍ତୀ ନିର୍ଦେଶ ନଆସିବା ଯାଏଁ ଏହି ପ୍ରତିବନ୍ଧକ ଲାଗୁ ହେବ । କିଛିଦିନ ତଳେ କାନାଡା ନିଜ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଜାମ୍ମୁ କାଶ୍ମୀରକୁ ନଯିବା ପାଇଁ ସତର୍କତା ଜାରି କରିଥିଲା ।
ଖାଲିସ୍ତାନୀ ସମର୍ଥକ ହରଦିପ ସିଂ ନିଜାରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଦୋଶାରୋପ କରିବା ସହ ଭାରତର କୂଟନିତୀଜ୍ଞକୁ ବରଖାସ୍ତ କରିବା ପରେ ସବୁ ବିବାଦ ଆରମ୍ଭ ହୋଇଥିଲା । ପରେ ଭାରତ କାନାଡାର ବରିଷ୍ଠ କୁଟନୀତିଜ୍ଞଙ୍କୁ ବହିଷ୍କାର କରି ୧୦ ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦେଶ ଦେଇଥିଲା ।
ଖାଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜାର ଆତଙ୍କବାଦୀ ଗତିବିଧିକୁ ପ୍ରସହ ଦେଉଥିଲା । ତା ଉପରେ ୧୦ ଲକ୍ଷ ଟଙ୍କାର ଇନାମ ରହିଥିଲା । ଗ୍ୟାଙ୍ଗୱାରରେ ତାକୁ ୧୫ରୁ ଅଧିକ ଗୁଳି ମାରି ତାର ହତ୍ୟା କରାଯାଇଥିଲା ।
ଆହୁରି ପଢନ୍ତୁ ବିଦେଶ ଖବର...