ଯୁଦ୍ଧ ମାଡ଼ରେ ଆମ ବଜାର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇନି, କାରଣ ତେଲ ଦର ଅପରିବର୍ତ୍ତିତ ରହିଛି। ଯଦିଓ ତେଲ ଆମ ବିଦେଶରୁ ଆମଦାନି କରୁ।
ଆପଣ ଭାବୁଥାଇପାରନ୍ତି, ଯଦି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବଢିଛି, ଏଭଳି ସ୍ଥିତିରେ ଭାରତ ସରକାର କିଭଳି ଭାବେ ନିଜ ତୈଳ ଆବଶ୍ୟକତାକୁ ପୂର୍ବ ନିର୍ଦ୍ଧାରିତ ଦରରେ ଉପଯୋଗ କରୁଛନ୍ତି ?
ଉତ୍ତର ହେଉଛି, ଆମେ ଆମ ଗଚ୍ଛିତ ତୈଳ ବ୍ୟବହାର କରୁଛୁ। କାରଣ ଆମଦାନୀ କରିବାକୁ ଥିବା ତୈଳ ଆମକୁ ୨୫ପ୍ରତିଶତ ରିହାତିରେ ମିଳିବାକୁ ଯାଉଛି।
ଚତୁରତା ଠିକ ଏଇଠାରେ ହିଁ ଅଛି। ଆମେରିକା ଆମର ମିତ୍ରରାଷ୍ଟ୍ର କିନ୍ତୁ ୟୁକେ୍ରନ କି ରୁଷ୍ ଆମର ଶତ୍ରୁରାଷ୍ଟ୍ର ନୁହଁନ୍ତି। ଏଭଳି ସ୍ଥିତିରେ ଉପରବର୍ଣ୍ଣିତ ୩ ଦେଶ ସହ ଆମ ସମ୍ପର୍କ ଭଲ ରହିବାଟା ହିଁ ଭଲ। ତେଲ ପାଇଁ ଆମେ ଯେଉଁକିଛି ଦେଶ ଉପରେ ନିର୍ଭର କରୁ, ତନ୍ମଧ୍ୟରେ ଆମେରିକା ଗୋଟିଏ। ଠିକ୍ ସେହିପରି ସାର ବା ଫର୍ଟିଲାଇଜର ପାଇଁ ଆମେ ରୁଷ୍ ଓ ବେଲାରୁଷ୍ ଉପରେ ନିର୍ଭର କରିଥାଉ।
ଭାରତ ଗୋଟିଏ କୃଷି ପ୍ରଧାନ ଦେଶ। ଏଣୁ ଯୁଦ୍ଧ ସ୍ଥିତିରେ ଯଦି ଆମେ ଆମେରିକାକୁ ସମର୍ଥନ ଦେଉଛେ, ତେବେ ରୁଷ ଓ ବେଲାରୁଷଠାରୁ ଆମକୁ ମିଳୁଥିବା NPK(ନାଇଟ୍ରୋଜେନ, ଫସଫରସ୍ ଓ ପୋଟାସିୟମ) ଉତ୍ପାଦଗୁଡିକର ଘାଟା ହୋଇଯିବ। କାରଣ ଆମ ଦେଶର ବାର୍ଷିକ ସାର ଆବଶ୍ୟକତା ୬୦ ପ୍ରତିଶତ ରୁଷ୍ ଓ ବେଲାରୁଷଠାରୁ ପ୍ରାପ୍ତ କରିଥାଉ।
ତେଲ ପାଇଁ କୃଷି କ୍ଷେତ୍ର ସହ ଯଦି ଆମ ନେତୃତ୍ୱ ଖେଳ ଖେଳିବ ତା ହେଲେ କଥା ସରିଯିବ। ଏଣୁ ଏଭଳି ସ୍ଥିତିରେ ଆମ ଭାରତ ସରକାର ୩ ମିଲିୟନ ବ୍ୟାରେଲ ଅଶୋଧୀତ ତୈଳ ରୁଷଠାରୁ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ରୁଷ ସରକାର ୨୫ରୁ ୨୭ ପ୍ରତିଶତ ରିହାତିରେ ଦେବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ସ୍ଥିତିରେ ଭାରତ ହିଁ ଲାଭବାନ୍ ହେବ। ଆଉ ତେଲ ସହ ସାର ମଧ୍ୟ ସୁଗମ ଉପାୟରେ ଭାରତ ପ୍ରାପ୍ତ କରିବ।
ସମ୍ଭବତଃ ଆମେରିକା ପାଖରେ ଏ ଖବର ପହଞ୍ଚିଥିବ। କିନ୍ତୁ ଏଥିରେ କୌଣସି ଦ୍ଵିମତ ନାହିଁ ଯେ, ଆମ ସରକାର ଯାହା କରୁଛନ୍ତି ଶତ ପ୍ରତିଶତ ଠିକ୍ କରୁଛନ୍ତି। କାରଣ ଭାରତ ଓ ଆମେରିକା ବିତ୍ତିୟ ବଜାରରେ ସ୍ଵ ସ୍ଵ ଅର୍ଥରେ କାରବାର କରିବେ। ରୁଷ୍ରେ ଭାରତ ‘ଟଙ୍କାରେ’ ଏବଂ ଭାରତରେ ରୁଷ୍ ‘ରୁବେଲ୍’ ମାଧ୍ୟମରେ କାରବାର କରିବ।
ଏବେ ବୁଝିଲେ ତ ଭାରତ ଚତୁରତାର ସହ ଯୁଦ୍ଧସ୍ଥିତିରେ କେମିତି ନିଜ ସ୍ୱାର୍ଥ ରକ୍ଷା କରିପାରିଛି।