କିନ୍ତୁ ଦ୍ୱିତୀୟ ସ୍ଥାନ ପାଇଁ ୪ ଜଣ ଦାବିଦାର । ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜେଣ୍ଟସ ୧୬ ପଏଣ୍ଟ ପାଇଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ ଏହି ଚାରି ଟିମ୍ ମଧ୍ୟରୁ ଯିଏ ଦ୍ୱିତୀୟ ସ୍ଥାନରେ ରହିବ ସେ ଗୁଜୁରାଟ ସହ ପ୍ରଥମ କ୍ୱାଲିଫାୟାର ଖେଳିବ । ସେହପରି ପଏଣ୍ଟ ଟେବୁଲର ତୃତୀୟ ଏବଂ ଚତୁର୍ଥରେ ଯେଉଁ ଦଳ ରହିବେ ସେମାନଙ୍କ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍ । ଏହି ଦୁଇଟି ସ୍ଥାନ ପାଇଁ ୬ ଟି ଦଳ ଦାବିଦାର।
ଏମାନେ ହେଉଛନ୍ତି ରାଜସ୍ଥାନ ରୟାଲ୍ସ, ଲକ୍ଷ୍ନୌ ସୁପର ଜେଣ୍ଟସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍ ଏବଂ କୋଲକତା ନାଇଟ୍ ରାଇଡର୍ସ । ଏହି ୬ଟି ଦଳ ୬ଟି ଲେଖାଏଁ ମ୍ୟାଚ ଜିତି ୧୨ ପଏଣ୍ଟ ପାଇଛନ୍ତି । ଏଲିମିନେଟର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ପ୍ରଥମ କ୍ୱାଲିଫାୟାରରେ ହାରିଥିବା ଦଳ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ଏବଂ ସେମାନଙ୍କ ମଧ୍ୟରୁ ଜିଏ ଜିତିବ ସେ ପ୍ରଥମ କ୍ୱାଲିଫାୟାର ଜିତିଥିବା ଦଳ ସହ ଆସନ୍ତା ମେ ୨୯ରେ ଫାଇନାଲ ମ୍ୟାଚ ଖେଳିବେ ।