ମନରେ ଭୟ ଆଉ ହସ ହସ ମୁହଁରେ ପଚାରିଲେ ବାବୁ କ’ଣ ଚାଲାଣ କାଟିବାକୁ ଆସିଛନ୍ତି । ହେଲେ ସାର୍ କହିଲେ ନାହିଁ …ମୁଁ କ’ଣ ବାଦାମ ଖାଇ ପାରିବିନି । ବାରଣାସୀର ଆଡିସନାଲ କମିଶନର ସୁବାସ ଦୁବେଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ।
ଏହି ଭିଡିଓଟିକୁ ଆଇପିଏସ ସୁବାସ ଦୁବେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଲୋକେ ଖୁବସ ପସନ୍ଦ କରୁଛନ୍ତି । ଯୁବକ ଜଣଙ୍କ ବାଦାମ ବିକି ଦିନକୁ କେତେ ଟଙ୍କା ଆୟ କରୁଛନ୍ତି । କେଉଁଠି ରହୁଛନ୍ତି । ମାସକ ଯାକର ଖର୍ଚ୍ଚ, ଘର ଭଡା ଆଦି ଦେବା ପରେ କେତେ ଟଙ୍କା ସେ ଜମା କରୁଛନ୍ତି ଏ ସମସ୍ତ ବିଷୟରେ ପଚାରି ବୁଝିଛନ୍ତି ଆଇପିଏସ । ଏହାସହ ସେ ବିନା ମାସ୍କ ପିନ୍ଧି ବାଦାମ ବିକ୍ରୀ କରୁଥିବାବେଳେ କୋରନା କାଳରେ ମାସ୍କ ପିନ୍ଧି କାମ କରିବାକୁ ନିବେଦନ କରିଥିଲେ ।
ଯୁବକଙ୍କ ନାଁ ହେଉଛି ସନ୍ଦୀପ ଗୁପ୍ତା । ରାତି ଅଧରେ ବଡ ବାବୁଙ୍କୁ ଠେଲା ପାଖରେ ଦେଖି ସେ ଖୁବ ଡରି ଯାଇଥିଲେ । ଆଉ ତା’ ପରେ ଡରି ଡରି ପଚାରିଥିଲେ ବାବୁ କ’ଣ ଚାଲାଣ କାଟିବାକୁ ଆସିଛନ୍ତି । ହେଲେ ସେ ବାଦାମ ଖାଇବାକୁ ଆସିଥିବା କହିବା ପରେ ତାଙ୍କ ମୁହଁରେ ହସ ଫେରିଥିଲା । ବେଶ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
pic.twitter.com/I7FYOPmXUs — Subhash Dubey IPS (@dubey_ips) January 29, 2022