ଅର୍ଗସ ବ୍ୟୁରୋ : ଓଡ଼ିଆ ଆଇପିଏସଙ୍କ ବଡ଼ ସଫଳତା । ପୁଲୱାମା ଆକ୍ରମଣ ଘଟଣାରେ ଛଅ ଜଣ ଆତଙ୍କବାଦୀଙ୍କୁ ଦିଆଗଲା ଆଜୀବନ କାରାଦଣ୍ଡ । ଘଟଣାର ତଦନ୍ତର ଚିଫ ଇନଭେଷ୍ଟିକେସନ ଅଧିକାରୀ ଥିଲେ ଓଡ଼ିଆ ଆଇପିଏସ ଅଫିସର ସତ୍ୟଜିତ ନାୟକ । ସେତେବେଳେ ନେସନାଲ ଇନଭେଷ୍ଟିକେସନ ଏଜେନ୍ସି ଏସପି ଭାବେ କାର୍ଯ୍ୟରତ ଥିଲେ ଏବଂ ପୁଲୱାମା ଆକ୍ରମଣ ସମୟରେ ତଦନ୍ତର ଭାର ନେଇଥିଲେ । ଦଣ୍ଡାଦେଶ ପାଇଥିବା ସମସ୍ତ ଛଅ ଆତଙ୍କବାଦୀ ଜୈସ.ଏ.ମହମ୍ମଦ ଗ୍ରୁପର ।
ସେମାନେ ହେଉଛନ୍ତି ସାଜଦ ଅହମ୍ମଦ ଖାନ, ତନଭିର ଅହମ୍ମଦ ଗନୀ, ବିଲାଲ ଅହମ୍ମଦ ମିର, ମୁଜାଫର ଅହମ୍ମଦ ଭଟ, ଇସ୍ଫାକ ଅହମ୍ମଦ ଭଟ ଏବଂ ମେହେରାଜ ଉଦିନ ଚୋପାନ। ବିଲାଲ ଏବଂ ମୁଜାଫର ଏମାନଙ୍କ ମଧ୍ୟରୁ ଟାର୍ଗେଟ ସ୍ଥିର କରିବା ସହ ଲୁଚିବା ସ୍ଥାନ ଏବଂ ଲଜିଷ୍ଟିକାଲ ସପୋର୍ଟ ଆତଙ୍କବାଦୀ ମାନଂକୁ ଦେଇଥିଲେ। ଏହି ଅଭିଯୁକ୍ତଙ୍କ ବିରୋଧରେ 200ରୁ ଉର୍ଦ୍ଧ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ଏନ. ଆଇ. ଏ.।
ଭାରତ ଖବର ଆହୁରି ପଢନ୍ତୁ