ଏହା ଭାରତୀୟ ରେଳବାଇର ଏକ ଏୟାର ପ୍ୟାକେଜ୍ ଯାହା ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ ହେବ ।ଏହି ପ୍ୟାକେଜରେ ରିଟର୍ନ ଫ୍ଲାଇଟ୍ ଟିକେଟ୍, ରହଣି, ଖାଦ୍ୟ ଏବଂ ସାଇଟ୍ ସିଂ ଅନ୍ତର୍ଭୁକ୍ତ । ଜଳଖିଆ ଏବଂ ରାତ୍ରୀ ଭୋଜନ ଯୋଜନାରେ ଅନ୍ତର୍ଭୁକ୍ତ ।ପ୍ୟାକେଜ୍ ଡିସେମ୍ବର ୪, ୨୦୨୨ ରେ ଆରମ୍ଭ ହେବ। ବିସ୍ତୃତ ସୂଚନା ପାଇବାକୁ, ଆପଣ ଆଇଆରସିଟିସିର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ।
ନୂଆବର୍ଷ ପାଇଁ ଆଇଆରସିଟିସିର ଟୁର୍ ପ୍ୟାକେଜ୍

ଅର୍ଗସ ବ୍ୟୁରୋ: ନୂଆବର୍ଷ ପାଇଁ ଆଇଆରସିଟିସିର ଟୁର୍ ପ୍ୟାକେଜ୍। ନୂଆ ବର୍ଷକୁ ଦୃଷ୍ଟିରେ ଆଇଆରସିଟିସି ଆପଣଙ୍କ ପାଇଁ ନେଇ ଆସିଛି ଅନେକ ଟୁର୍ ପ୍ୟାକେଜ। ସମ୍ବଲପୁରରୁ ଏହି ଯାତ୍ରା ଆରମ୍ଭ ହେବ ଡିସେମ୍ବର ୪ତାରିଖରୁ। ଭାରତୀୟ ରେଲଓ୍ବେର ଏହି ସ୍ବଦେଶ ଦର୍ଶନ ଟ୍ରେନ୍ ଯାହା ଅଧୀନରେ ଦଶ ଦିନ ଏବଂ ଏଗାର ରାତି ଭ୍ରମଣ କରିପାରିବେ। ସାଉଥ୍ ଇଣ୍ଡିଆର ରାମେଶ୍ୱର୍, ମଦୁରାଇ, କନ୍ୟାକୁମାରୀ, କାଞ୍ଚିପୁରମ୍,ମହାବଳିପୁରମ୍ ଆଦି ଜଣାଶୁଣା ସ୍ଥାନ ଦେଖିପାରିବେ। ଏହା ସହିତ ଥାଇଲ୍ୟାଣ୍ଡ ,ବ୍ୟାଙ୍କକ ମଧ୍ୟ ଯାଇପାରିବେ।
Download Argus News App
