ଶିଘ୍ର ନିଆଯିବ ପରିକ୍ଷା ନିଷ୍ପତି
ଅର୍ଗସ ବ୍ୟୁରୋ: ଇସ୍ରୋ ଦ୍ୱାରା ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଆଜି PSLV-C51/ଆମାଜୋନିଆ-1 ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଇଛି । 2021 ମସିହାରେ ଏହା ଭାରତୀୟ ମହାକାଶ ଗବେଷଣା ସଂଗଠନର ପ୍ରଥମ ଉତକ୍ଷେପଣ।
ISROର ସୂଚନା ଅନୁସାରେ, PSLV-C51 ହେଉଛି PSLVର 53ତମ ମିଶନ । ଏହି ସାଟେଲାଇଟ ଦ୍ୱାରା ବ୍ରାଜିଲର ଆମାଜୋନିଆ-1 ଉପଗ୍ରହ ସହିତ ଅନ୍ୟ 18ଟି ଉପଗ୍ରହକୁ ମହାକାଶକୁ ପଠାଯାଇଛି ।
ଏହି ମହାକାଶ ଯାନର ଉପର ପ୍ୟାନେଲରେ ହିନ୍ଦୁ ପୌରାଣିକ ଗ୍ରନ୍ଥ ଭଗବତ ଗୀତାର SD କାର୍ଡ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ରହିଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ପଦକ୍ଷେପ ଏବଂ ସ୍ପେସ ଘରୋଇକରଣ ପାଇଁ ଏହା ଏକତା ଏବଂ କୃତଜ୍ଞତା ଜଣାଇବା ବୋଲି ଶ୍ରୀହରିକୋଟା ସ୍ପେସ ସେଣ୍ଟର ତରଫରୁ କୁହାଯାଇଛି ।