ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସବକା ପ୍ରୟାସର ମନ୍ତ୍ର ସହିତ ଆରମ୍ଭ ହୋଇଥିବା ଏହି ଟୀକାକରଣ ଅଭିଯାନ ସାରା ବିଶ୍ୱକୁ ଦେଖାଇ ଦେଇଛି ଯେ ଏକତାର ସହିତ ଆମେ ଯେ କୌଣସି ଲକ୍ଷ୍ୟକୁ ପ୍ରାପ୍ତ କରି ପାରିବା । ଏହି ଯାତ୍ରାରେ ବିଭିନ୍ନ ଆହ୍ୱାନ ର ମୁକାବିଲା କରି ଟୀକାକରଣ ଅଭିଯାନକୁ ଦୂରଦୂରାନ୍ତ ଯାଏ ପହଂଚା ଯଟାଇ ପାରିଛଟି । ମୋଦୀ ସରକାର ସମସ୍ତଟଙ୍କ ପାଇଁ ଭ୍ୟାକ୍ସିନ ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ଏହାକୁ ନେଇ ଆମର ଡାକ୍ତର, ଇନୋଭେଟର, ହେଲ୍ଖକେୟାର, ଫ୍ରଂଟ ଲାଇନ ୱାର୍କର ଓ ଟୀକାକରଣ ଅଭିଯାନ ସହ ଜଡିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଅନ୍ୟ ପକ୍ଷରେ ଭାରତର କରୋନା ଟୀକାକରଣ ଅଭିଯାନ ସାରା ବିଶ୍ୱ ପାଇଁ ଏକ ମଡେଲ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଯେଉଁ ବେଗରେ ଓ ଯେଉଁ ମାତ୍ରାରେ ଭାରତରେ କରୋନା ଟୀକାକରଣ ଅଭିଯାନ କରାଯାଇଛି ତାହା ସମ୍ପୂର୍ଣ ବିଶ୍ୱ ପାଇଁ ଏକ ମଡେଲ । କରୋନା ଟୀକାକରଣ ଅଭିଯାନର ଦୁଇ ବର୍ଷ ପୂର୍ତି ଅବସରରେ ଆମର ସାମୁହିକ ସଂକଳ୍ପ ଓ ଭାବନାକୁ ନେଇ ପ୍ରସନ୍ନ ହେବାର ଆଉ ଏକ ସମୟ ବୋଲି ସେ ସେ କହିଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ