ଚୀନ୍ ପରେ ଇଟାଲୀରେ, କୋରୋନା ଆତଙ୍କ ଖେଳାଇଛି । ସାରା ଇଟାଲୀ ଏବେ କୋରୋନା ଭାଇରସ ପ୍ରଭାବରେ କାନ୍ଦୁଛି । ଚୀନ୍ ପରେ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟା ଇଟାଲୀରେ ଦେଖାଯାଇଛି । ତେବେ ଶୁକ୍ରବାର ଏଠାରେ କରୋନା ଭାଇରସ୍ ପ୍ରଭାବରେ ସର୍ବାଧିକ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଇଟାଲୀରେ 250 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ପୂର୍ବ ରେକର୍ଡ ଅନୁଯାୟୀ ଗୋଟିଏ ଦିନରେ ସର୍ବାଧିକ । ଏବେ ସୁଦ୍ଧା ଇଟାଲୀରେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 1266ରେ ପହଞ୍ଚିଛି । ଏଠାରେ ସମୁଦାୟ 17,660 ଲୋକ ପୀଡିତ ଅଛନ୍ତି । ଗୁରୁବାର ସନ୍ଧ୍ୟାଠାରୁ ଶୁକ୍ରବାର ରାତି ମଧ୍ୟରେ 2547 ଜଣ ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ତେବେ ଭାରତର କିଛି ଲୋକ ମଧ୍ୟ ଇଟାଲୀରେ ଫସି ରହିଛନ୍ତି । ସେମାନଙ୍କୁ ପରୀକ୍ଷା କରିବା ପାଇଁ ଶୁକ୍ରବାର ଦିନ ଏକ ଭାରତୀୟ ଡାକ୍ତରୀ ଦଳ ଇଟାଲୀରେ ପହଞ୍ଚିଛନ୍ତି । ଇଟାଲୀରେ ଭାରତର ଦୂତାବାସ କହିଛି ଯେ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଶୀଘ୍ର ଯାଞ୍ଚ କରାଯିବ । ଭାରତ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କୁ ଯଥାଶୀଘ୍ର ସେଠାରୁ ଉଦ୍ଧାର କରିବା ।
ଇଟାଲୀରେ 1,60,000 ଭାରତୀୟ ରେକର୍ଡ ଅନୁଯାୟୀ ଇଟାଲୀରେ ଏବେ 1 ଲକ୍ଷ 60 ହଜାରରୁ ଅଧିକ ଭାରତୀୟ ବାସ କରନ୍ତି । ଭାରତର ଦୂତାବାସ କହିଛି ଯେ, ଇଟାଲୀରେ ଫସି ରହିଥିବା ଛାତ୍ର ଏବଂ ଲୋକଙ୍କ ସହ ଯୋଗାଯୋଗ କରିବାକୁ ନିରନ୍ତର ଚେଷ୍ଟା କରଯାଉଛି । ସେମାନଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଉଛି ।
