୧୯୮୯ରେ ଧନଖଡ୍ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜନତା ଦଳ ଟିକେଟ୍ରେ ସେ ରାଜସ୍ଥାନର ଝୁନ୍ଝୁନୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ୧୯୯୩ରେ ସେ କିଶନଗଡ଼ରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ । ୨୦୧୯ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।
ମାର୍ଗାରେଟ୍ ଆଲଭାଙ୍କୁ ଏକ ତରଫା ଭାବେ ପରାସ୍ତ କରି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି

ଅର୍ଗସ ବ୍ୟୁରୋ : ଜଗଦୀପ ଧନଖଡ୍ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି । ଆଜି ହୋଇଥିବା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀ ମାର୍ଗାରେଟ୍ ଆଲଭାଙ୍କୁ ଏକ ତରଫା ଭାବେ ପରାସ୍ତ କରି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଉପରାଷ୍ଟ୍ରପତି ନିର୍ବାଚନରେ ୭୨୫ ଜଣ ଭୋଟ୍ ଦେଇଥିବା ବେଳେ ଧନଖଡଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍ । ସେହିପରି ଆଲଭା ପାଇଛନ୍ତି ୧୮୨ ସାଂସଦଙ୍କ ସମର୍ଥନ । ତେଣୁ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟ୍ରେ ପରାସ୍ତ କରିଛନ୍ତି ଧନଖଡ୍ । ସେପଟେ ବିଜୟୀ ହେବା ପରେ ଧନଖଡଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଧନଖଡଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।
ସିଆଚୀନ ଗ୍ଲାସିୟରରେ ନିଖୋଜ ହୋଇ ଯାଇଥିଲେ ଯବାନ

ଅର୍ଗସ ବ୍ୟୁରୋ: ୩୮ ବର୍ଷ ପରେ ଘରକୁ ଫେରିଛି ଯବାନଙ୍କ ଦେହାବଶେଷ । ୩୮ ବର୍ଷ ତଳେ ସିଆଚୀନରେ ସହିଦ ହୋଇଥିବା ଯବାନ ଚନ୍ଦ୍ରଶେଖର ହରବୋଲଙ୍କ ଦେହାବଶେଷ ଉତ୍ତରାଖଣ୍ଡର ହଲ୍ଦୱାନୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି । ତିନି ଦିନ ତଳେ ସିଆଚୀନର ଏକ ପୁରୁଣା ବଙ୍କରରୁ ନିଖୋଜ ଯବାନଙ୍କ ମୃତଦେହ ଠାବ ହୋଇଥିଲା । ଲାନ୍ସ ନାଏକ ଚନ୍ଦ୍ରଶେଖର ୧୯୮୪,
Download Argus News App
