ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଜୈଶ୍ ଏ ମହମ୍ମଦର ମୁଖ୍ୟ ମାସୁଦ ଅଜହରଙ୍କ ମୃତ୍ୟୁକୁ ବିଭିନ୍ନ ପରିକଳ୍ପନା କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ ମସୁଦର କିଡନୀ ଫେଲ୍ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପାକିସ୍ତାନର କୌଣସି ଚାଲ ବି ହୋଇପାରେ । ବିଶ୍ୱରେ ନିଜକୁ ସୁରକ୍ଷା ଦେବା ପାଇଁ ପାକ୍ ପକ୍ଷରୁ ଏଭଳି ଯୋଜନା କରାଯାଇଥାଇପାରେ ।
ମସୁଦ ଅଜହରର ମୃତ୍ୟୁ ହୋଇଥିବା କିଛି ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ ଭାରତ ପକ୍ଷରୁ ଯେଉଁ ଏୟାରଷ୍ଟ୍ରାଇକ୍ କରାଯାଇଥିଲା ସେଥିରେ ମସୁଦର କ୍ୟାମ୍ପ ମଧ୍ୟ ଥିଲା, ଯେଉଁଥିରେ କି ମସୁଦ ଥଇଲା । କିନ୍ତୁ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।
ଏହାପୂର୍ବରୁ ମିଡିଆରେ ଖବର ଆସିଥିଲା ଯେ, ମସୁଦ କିଡନୀ ଫେଲ ହୋଇଯାଇଛି ଏବଂ ସେ ଡାଇଲିସିସରେ ଅଛି । ଶନିବାର ଦିନ ଭାରତୀୟ ସୁରକ୍ଷା ଏଜେନ୍ସିର ଜଣେ ଅଧିକାରୀ ଖବର ଦେଇଥିଲେ ଯେ, ମସୁଦ ପାକିସ୍ତାନର ରାୱଲପିଣ୍ଡର ଏକ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛି । ରାୱଲପିଣ୍ଡରେ ପାକିସ୍ତାର ସେନା ମୁଖ୍ୟାଳୟ ରହିଛି । ଏବଂ ସରକାର ମାସୁଦ ଚିକିତ୍ସାର ତଦାରଖ କରୁଛନ୍ତି ।
ତେବେ ଏହା ଭିତରେ ଏହି ଖବର ସାମ୍ନାକୁ ଆସିଛି ଯେ, ପିଓକେରେ ଭାରତର ହମଲ ସମୟରେ ମାସୁଦ ନିଜ କ୍ୟାମ୍ପରେ ଥିଲା । ଏବଂ ଆକ୍ରମଣେ ସେ ଗୁରୁତର ଆହତ ହୋଇଥିଲା । ଏହାପରେ ତାକୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରେ କି ତାର ମୃତ୍ୟୁ ହୋଇଛି ।
2000 ମସିହାରେ ମାସୁଦ ଜୈଶ୍ ଏ ମହମ୍ମଦର ସ୍ଥାପନା କରିଥିଲା । 2002 ମସିହାରେ ପାକିସ୍ତାନ ସରକାର ଏହାକୁ ବ୍ୟାନ ଘୋଷଣା କରିଥିଲେ ।
ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଶହଶହ କୋଟି ଟଙ୍କା ରେଡ ହେଉଛି । ଯୁଆଡେ ଦେଖିବେ ସିଆଡେ ପୁଳାପୁଳା ଟଙ୍କା ବାହାରୁଛି । ଗଣିଗଣି ହାତ ଦରଜ ହୋଇଗଲାଣି, ଏବେ ମେସିନରେ ଚାଲିଛି ଜବତ ଟଙ୍କାର ଗଣତି । କଂଗ୍ରେସ ସହ ବିଜେଡିର ମନ୍ତ୍ରୀ ଏବଂ ବିଧାୟକଙ୍କର ଲିଙ୍କକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଟଙ୍କା ଜବତ ହେବା ଖବର ମତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବଲାଙ୍ଗିରରେ ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି ? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେବଳ ଏତିକି ନୁହେଁ ବରଂ ଓଡ଼ିଶା ସମେତ ଦେଶର ଜନସାଧାରଣ #ModiKiGuarantee ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ତେବେ ଏଟଙ୍କା ଯଦି ସାଧାରଣ ଲୋକଙ୍କର ହୋଇଥିବ ତାହାଲେ ନିଶ୍ଚିତ ଫେରାଯିବ ଏହାହେଉଛି ମୋଦିଙ୍କର ପ୍ରତିଶ୍ରୁତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଏପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କର ସିବିଆଇ ଯାଞ୍ଚ ଦାବି କରିଛି ବିଜେପି । ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେଡି ? ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ।
ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ? ସାହୁ ବ୍ରଦର୍ସଙ୍କୁ କେମିତି ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେଡି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୬୯ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଜ ଅଭିଭାଷଣ ଆରମ୍ଭରୁ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ନମସ୍କାର ଜଣାଇବା ସହ ଏ ବି ଭି ପି ବିଶ୍ୱର ଏକ ମାତ୍ର ଛାତ୍ର ସଂଗଠନ ଯାହା କି ପାଠପଢ଼ା ସହ ଚରିତ୍ର ଗଠନରେ ଏହି ସଂଗଠନର ଭୂମିକା ଗୁରୁତ୍ୱପୁର୍ଣ୍ଣ ଗ୍ରହଣ କରୁଛି । ଏହି ଅଧିବେଶନରେ ଅତିଥି ହୋଇଥିବାରୁ ମୁଁ ଗର୍ବିତ। ଆମେ ସୌଭାଗ୍ୟବାନ ଅମୃତ କାଳରେ ଏହି ଅଧିବେଶନ ହୋଇଛି । ମୁଁ ଗର୍ବରେ କହିବି ବିଦ୍ୟାର୍ଥୀ ପରିଷଦର praduct ବୋଲି । ରାଷ୍ଟ୍ରର ହିତ ପାଇଁ ବିଦ୍ୟାର୍ଥୀ ପରିଷଦ ନିଜେ ରାସ୍ତାରୁ ହଟିବେନି। ସରକାରଙ୍କୁ ବି ହଟିବାକୁ ଦେବେନି। ମଦନ ଦାସ ତ୍ରିଦେବ ବିଦ୍ୟାର୍ଥୀଙ୍କୁ ସଠିକ ବାଟରେ ନେଉଥିଲେ। ସମାଜରେ କଣ ଠିକ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କୁ ଜଣାଇଥିଲେ । କାଶ୍ମୀର ବି ଆମର ନର୍ଥ ଇଷ୍ଟ ବି ଆମର। ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଏବିଭିପିର ଯୋଗଦାନ ବହୁତ ବଡ ବଡ଼ କାର୍ଯ୍ୟ କରିଛି।
ଆମ କାମ ଶେଷ ହୋଇନି। ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଲାଗିଛୁ। ଦେଶ ପାଇଁ ଜୀବନ ଦେବା ନୁହେଁ ଦେଶ ପାଇଁ ଜୀବନ ଯିଇବା ବଡ କଥା । ଅମୃତକାଳର ସଂକଳ୍ପ ତୁମ ପାଇଁ। ଏବିଭିପିର ସମସ୍ତ ସଙ୍ଘଠନର ବରିଷ୍ଟାଙ୍କୁ ଧନ୍ୟବାଦ। ତୃଷ୍ଟି କରଣ ଓ ପରିବାରବାଦ ଜାଗାରେ ଆମ ସରକାର ବିକାଶକୁ ପ୍ରାଧାନ୍ୟ ଦେଇଛି । ଅର୍ଥ ନୀତିରେ ଆମେ ପାଞ୍ଚ ନମ୍ବର ଖୁବ ଶୀଘ୍ର ୩ନମ୍ବରକୁ ଆସିବୁ । ମୋଦି ସରକାରଙ୍କ ଯୋଗୁଁ ଆଜି lalchowkରେ ତ୍ରିରଙ୍ଗା ଉଡାଇବାକୁ କେହି ଅଟକେଇପାରିବେନି। ରାଜନୀତି ସ୍ଥିରତା, ଶାନ୍ତିର ମାହୋଲ, ସୁରକ୍ଷିତ ଭାରତ ଆଜି ମୋଦିଙ୍କ ନେତୃତ୍ୱରେ ହୋଇଛି। ଯୁବାଶକ୍ତି ଦେଶକୁ ବଦଳାଇପାରିବେ। ଆଜିର ଯୁବକଙ୍କୁ ରାସ୍ତା ଖୋଜିବାକୁ ପଡ଼ିବନି। 75ବର୍ଷ ଧରି ଏହି ସଂଘଠନ ରାସ୍ତା ଦେଖାଉଚି । ଡିଜିଟାଲ କ୍ରାନ୍ତି ସହ drone, ଆନିମେସନରେ ବିଶ୍ୱସ୍ତରରେ ଆମ ଯୁବକ କାମ କରୁଛନ୍ତି । ଷ୍ଟାର୍ଟଅପ କ୍ଷେତ୍ରରେ ୨ରେ ଅଛୁ। ମୋଦି ସରକାରଙ୍କ ସମୟରେ 15 aiims, 390ବିଶ୍ୱବିଦ୍ୟାଳୟ,7000collage କରିଛୁ। ଦେଶରେ ଏବେ ଷ୍ଟାର୍ଟ up ଦୁଇ ଲକ୍ଷ ଅଛି। ନାସନାଲ space policy ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇ ନିଜର ବ୍ୟକ୍ତିଗତ ଜୀବନରେ ବୃଦ୍ଧି କରିବା ସହ ଦେଶ ପ୍ରତି କର୍ତଵ୍ୟ ଭୁଲିବ ନାହିଁ କହିଥିଲେ । କେହି କଳ୍ପନା କରିନଥିଲେ କିନ୍ତୁ ମୋଦି କରିଦେଖାଇଲେ ରାମ ମନ୍ଦିର ।
ଦେଶରେ କେବେ ବି କେହି ଭାବି ନ ଥିଲେ medical, engineer, ନିଜ ଭାଷାରେ ପଢିବେ । ଆମ ସଂସ୍କୃତି ହିଁ ଆମ ଆଧୁନିକତା।ବିଦ୍ୟାର୍ଥୀ ପରିଷଦ ସଂସ୍ଥା ନୁହିଁ ରାଷ୍ଟ୍ର ନିର୍ମାଣରେ ଏକ ଆନ୍ଦୋଳନ। ଭାରତମାତାକୁ ନିଜର ଜୀବନ ସମର୍ପିତ କରିବା ଉଚିତ।ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଦେଶର ସମସ୍ତ ରାଜ୍ୟରୁ ଛାତ୍ରଛାତ୍ରୀ ଓ ଏବିଭିପି ସଦସ୍ୟ ମାନେ ଭାଗ ନେଇ ଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଭାଷଣ ଶୁଣି ଅନେକ ଛାତ୍ରଛାତ୍ରୀ ନିଜର ପାଠ ପଢା ସହ ରାଷ୍ଟ୍ର ଗଠନରେ ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି କହିଛନ୍ତି।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଉଦେଶ୍ୟ ଛାତ୍ରଛାତ୍ରୀ ମାନେ ନିଜର ପାଠପଢା ସହ ଚରିତ୍ର ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ ଯାହାକି ଏହି ଅଧିବେଶନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅମିତ ଶାହ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ ସାଂସଦ ରାଘବ ଚଢା ଉଭୟଙ୍କ ବିବାହ ଉଦୟପୁରର ଏକ ପ୍ୟାଲେସ୍ରେ ଗତ ସେପ୍ଟେମ୍ବର ୨୪ ତାରିଖରେ ସମ୍ପନ୍ନ ହୋଇଥିଲା।
ପରିଣୀତି ଏବଂ ରାଘବଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ଘରଲୋକ ବି ଏପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ନିକଟରେ ପରିଣୀତି ନିଜର ବିବାହ ପରର ଜୀବନକୁ ସକସେସଫୁଲ ବୋଲି ଜଣାଇବା ସହିତ ଏହା କିପରି ହେଲା ତାହାର କାରଣ ବି ସେ ତାଙ୍କ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ପରିଣୀତି କହିଛନ୍ତି, ‘ମଜା କଥା ହେଉଛି ରାଘବଙ୍କୁ ବଲିଉଡ ବିଷୟରେ କିଛି ଜଣାନାହିଁ। ସେହିପରି ମୁଁ ରାଜନୀତି ବିଷୟରେ କିଛି ଜାଣିନାହିଁ। ଏହି କାରଣରୁ ବୃତ୍ତିଗତ ଜୀବନରେ ଆମେ ସ୍ବାଧୀନ ଭାବେ ଆଗେଇ ଚାଲିଛୁ। କିଏ କାହା ବୃତ୍ତିରେ ହସ୍ତକ୍ଷେପ କରୁନାହୁଁ। ଏହି କାରଣରୁ ଆମ ବୈବାହିକ ଜୀବନ ହସଖୁସିରେ ଚାଲିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର